ମାଲକାନଗିରି: ଜାତୀୟ ଶିକ୍ଷlନୀତି ୨୦୨୦ କାର୍ଯ୍ୟକାରୀ ହେବାର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅଖିଳ ଭାରତୀୟ ଶିକ୍ଷା ସମାଗମର ଉଦଘାଟନ କରିଛନ୍ତି l ଦେଶ ସାରା ନୂତନ ଶିକ୍ଷା ନୀତିର କାର୍ଯ୍ୟକାରିତା ଓ ସଫଳତାର ସମାରୋହ ପାଳନ କରାଯାଉଅଛି l ଏହି ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରିରେ ନୂତନ ଶିକ୍ଷାନୀତି ସମ୍ପର୍କିତ ଆଲୋଚନା ଚକ୍ର ଏବଂ ଶୀକ୍ଷଣୀୟ ଗତିବିଧିର ପ୍ରଦର୍ଶନ ହୋଇଥିଲା l କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଇକରାର ଅହମଦ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସି. ଶିବରାମ ମୁଖ୍ୟ ଅତିଥି ରୂପେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନୂତନ ଶିକ୍ଷାନୀତି ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ l ସେ କହିଥିଲେ ଯେ ନୂତନ ଶିକ୍ଷାନୀତି ଭାରତର ପୁରୁଣା ଢାଞ୍ଚା କୁ ବଦଳାଇ ନୂତନ ଢାଞ୍ଚାରେ ଶିକ୍ଷାର ଅଭିବୃଦ୍ଧି କରିବ l
ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନନ୍ୟ ସାମର୍ଥ୍ୟକୁ ସାମ୍ନାକୁ ଆଣିବ l ଶିକ୍ଷାନୀତିର ବିଭିନ୍ନ ଉପାଦାନ ଯଥା ଖେଳାକୁଦ ଆଧାରିତ ପାଠ୍ୟକ୍ରମ, ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପାନୁଷ୍ଠାନ ମଧ୍ୟରେ ସମନ୍ୱୟ, ଦକ୍ଷତା ଓ କୌଶଳ ଭିତ୍ତିକ ଶିକ୍ଷା, ଦଶମ ଏବଂ ଦ୍ୱାଦଶରେ ବିଷୟ ଚୟନରେ ସ୍ୱାଧୀନତା, ମାତୃଭାଷାରେ ଶିକ୍ଷା ଗ୍ରହଣ, ବାଳବାଟିକାର ଆରମ୍ଭ, ବୃତ୍ତି ଭିତ୍ତିକ ଶିକ୍ଷା, ସିସିଏ ଓ ଏଫ ଏଲ ଏନର ଗୁରୁତ୍ୱ ଆଦି ଉପରେ ଶ୍ରୀ ଶିବରାମ ଆଲୋକପାତ କରିଥିଲେ l ଶ୍ରୀ ଇକରାର ଅହମଦ ନିଜର ବକ୍ତବ୍ୟରେ କହିଥିଲେ ଯେ ନୂତନ ଶିକ୍ଷlନୀତି ସମୟୋପଯୋଗୀ ଏବଂ ବ୍ୟବହାରିକ l ଉଦ୍ୟମିତl ଏବଂ କାର୍ଯ୍ୟାକୁଶଳ ଶିକ୍ଷା ଯୋଗୁଁ ଆସନ୍ତା ଯୁବ ପିଢି ସ୍ୱାବଲମ୍ବୀ ହେବେ ଏବଂ ଦେଶର ଅଭିବୃଦ୍ଧିରେ ସହଯୋଗ କରିବେ l ଏହା ଦ୍ୱାରା ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଉପଯୁକ୍ତ ସମ୍ମାନ ମିଳିବ l ବିଦ୍ୟାଳୟର ଶିକ୍ଷକ ଶ୍ରୀ ମନୋଜ କୁମାର, ଶ୍ରୀ ମଳୟ ସାଧୁଖାନ ଏବଂ ଶ୍ରୀ ବିଦ୍ୟାଧର ସାହୁଙ୍କ ପ୍ରତ୍ୟାକ୍ଷ ତତ୍ୱାବଧାନରେ ଛତ୍ରଛାତ୍ରୀ ମାନେ ବିଭିନ୍ନ ବୈଜ୍ଞାନିକ ପ୍ରୟୋଗ ଏବଂ ବ୍ୟବହାରିକ କାର୍ଯ୍ୟାକୁଶଳତାର ପ୍ରଦର୍ଶନ କରିଥିଲେ l ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନେ ମଧ୍ୟରେ ନିଜର ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ କାର୍ଯ୍ୟକ୍ରମର ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା l ଏହି କାର୍ଯ୍ୟକ୍ରମର ଉପସ୍ଥାପନା ଏବଂ ସଂଯୋଜନା କେନ୍ଦ୍ରୀୟ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ଭି ଜ୍ୟୋତି ପ୍ରକାଶ କରିଥିଲେ l ଏହି କାଯ୍ୟକ୍ରମରେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ l