ଝୁପୁଡି ଘରରୁ ହବ ପକ୍କା ଘର
ଚିତ୍ରକୋଣ୍ଡା: ଦୀର୍ଘ ବର୍ଷ ହେଲା ଚିତ୍ରକୋଣ୍ଡା ବାସୀଙ୍କର ଘରବାରି ପଟା ନଥିବାରୁ ଇନ୍ଦିରା ଆବାସ ଘର ପାଇବାରୁ ବଞ୍ଚିତ ହୋଇ ଆସୁଥିଲେ l ଚଳିତ ବର୍ଷ ବ୍ଳକ ପ୍ରଶାସନ ଉଦ୍ୟମରେ ମାଲକାନଗିରି ଜିଲା ପ୍ରଶାସନ ନିର୍ଦେଶରେ ୨୫୦ ପରିବାରକୁ ଇନ୍ଦିରା ଆବାସ ଗୃହ ନିର୍ମାଣ ପାଇଁ ଆବେଦନ କରିଥିବା ହିତାଧିକାରୀ ମାନଙ୍କୁ ଚୟନ କରାଯାଇଥିଲା l ମାତ୍ର ଘରବାରି ଜାଗା ଅଭାବରୁ ଘର ନିର୍ମାଣ ହୋଇପାରିଲା ନାହିଁ l ଇତି ସମୟରେ ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ ଉକ୍ତ ଜାଗା ସମସ୍ୟାକୁ ଅନୁଧ୍ୟାନ କରି ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରାଙ୍କ ସହ ଆଲୋଚନା କରି ଜିଲା ପ୍ରଶାସନଙ୍କୁ ଜଣାଇ ଗୋଟିଏ ସ୍ଥାନରେ ୨୫୦ ଇନ୍ଦିରା ଘର ନିର୍ମାଣ ପାଇଁ ଜାଗା ଚି଼ହ୍ନଟିକରଣ କରି ବିଡ଼ିଓଙ୍କୁ ଜଣାଇଥିଲେ l ଚିତ୍ରକୋଣ୍ଡା ଜନସାଧାରଣଙ୍କ ପାଇଁ ସବୁଜ ସଂକେତ ଯେ, ଚିତ୍ରକୋଣ୍ଡା ଜନସାଧାରଣ ପାଇଁ ପଟା ପାଇବାର ଶୁଭାରମ୍ଭ ହୋଇଛି ଯେଉଁ ୨୫୦ ପରିବାର ହିତାଧିକାରୀଙ୍କୁ ଇନ୍ଦିରା ଆବାସ ଘର ନିର୍ମାଣ କରିବାକୁ ଚୟନ କରାଯାଇଛି, ଯେଉଁ ସ୍ଥାନରେ ଜାଗା ଚି଼ହ୍ନଟି କରଣ କରାଯାଇଛି ସେହି ସ୍ଥାନରେ ଇକ୍ତ ୨୫୦ଟି ପରିବାରକୁ ଘରବାରି ପଟା ଯୋଗାଇ ଦିଆଯିବ ବୋଲି ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା ପ୍ରକାଶ କରିଛନ୍ତି l ଦୀର୍ଘ ଦିନ ହେଲା ଇନ୍ଦିରା ଆବାସ ଘର ଚୟନ ହୋଇଥିବାରୁ ହିତାଧିକାରୀ ଚି଼ହ୍ନଟ କରି କାର୍ଯ୍ୟାଦେଶ ଏବଂ ଘରବାରି ପଟ୍ଟା ହସ୍ତାନ୍ତରରେ ବିଳମ୍ବ ହେଉଥିବା ଯୋଗୁ ଘର ନିର୍ମାଣ କାର୍ଯ୍ୟରେ ବାଧାସୃଷ୍ଟି ହୋଇଛି l ଅବିଳମ୍ବେ ବିଭାଗୀୟ ଅଧିକାରୀ ଯଥା- ପିଇଓ, ଆରଆଇ, ଆବାସ ଯୋଜନା ସଂଯୋଜକ ତଥା ପଞ୍ଚାୟତ ପ୍ରତିନିଧି ମିଳିତ ଭାବରେ ପ୍ରଚେଷ୍ଟା କରି ଯଥା ସମ୍ଭବ ସଫଳ କରିବାକୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି l