ଚିତ୍ରକୋଣ୍ଡା: ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ଅଧୁଷିତ ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଅଠର ଗ୍ରାମ ପଞ୍ଚାୟତ ଉପାନ୍ତ ତଥା ସ୍ୱାଭିମାନ ଅଞ୍ଚଳର ମାଟ୍ରିକ ପାସ କରୁଥିବା ଛାତ୍ର ଛାତ୍ରୀ ମାନେ ୧୦୦ରୁ ଉର୍ଦ୍ଧ କିଲୋମିଟର ଘାଟି ରାସ୍ତା ଦେଇ ଗୁମା ଏବଂ ୮୦ କିଲୋମିଟର ଘାଟି ରାସ୍ତା ଦେଇ ବାଲିମେଳା କଲେଜକୁ ବର୍ଷା, ଶୀତ ଓ ଖରା ଦିନ ଅତିକ୍ରମ କରି ପାଠ ପଢୁଥିଲେ l ଦୂର ବାଟ ଏବଂ ଅର୍ଥ ଅଭାବରୁ ବହୁ ଛାତ୍ର ଛାତ୍ରୀଙ୍କର ମାଟ୍ରିକ ପାଠ ପଢ଼ି ପାସ କଲା ପରେ ପେଡ଼ିରେ ତାଲା ପଡ଼ିଯାଏ l ଚିତ୍ରକୋଣ୍ଡା ଅଞ୍ଚଳବାସୀଙ୍କ ବହୁ ପିଲା ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବା ହେଇ ଆସୁଥିଲେ l ଉକ୍ତ ସମସ୍ୟାକୁ ଅନୁଧ୍ୟାନ କରି ସରକାର ତଥା ଜିଲ୍ଲା ପ୍ରଶାସନ ଚିତ୍ରକୋଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ମହାବିଦ୍ୟାଳୟ ମାନ୍ୟତା ସହ +୨ ବିଜ୍ଞାନ ମହାବିଦ୍ୟାଳୟ ସାମିଲ କରିଥିଲେ, ଉକ୍ତ ମହାବିଦ୍ୟାଳୟ ନିମନ୍ତେ ଅଧ୍ୟାପକ ତଥା ଅଧ୍ୟାପିକା ନିଯୁକ୍ତି ସହ ଛାତ୍ର ଛାତ୍ରୀଙ୍କ ଆଡ଼ମିସନ କରାଯାଇ ଆଜି ଚିତ୍ରକୋଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ହନ୍ତାଳଙ୍କ ଆହ୍ୱାନ କ୍ରମେ ମାଲକାନଗିରି ଜିଲ୍ଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚିତ୍ରକୋଣ୍ଡା ବ୍ଳକ ଅଧକ୍ଷା ରାଜେଶ୍ୱରୀ ଖିଲ, ଚିତ୍ରକୋଣ୍ଡା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ତଥା ସମାଜସେବୀ ଦେବେନ୍ଦ୍ର ଦାସ, ଚିତ୍ରକୋଣ୍ଡା ସରପଞ୍ଚ ହରିମୋହନ ଖିଲ, ଚିତ୍ରକୋଣ୍ଡା ବ୍ଳକ ସରପଞ୍ଚ ସଂଘ ସଭାପତି କମଳୁ ହନ୍ତାଳ, ବ୍ଳକ ଅଧିକାରୀ ସୁବଳ କୁମାର ମଣ୍ଡଳ ଏବଂ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବରେ ମହାବିଦ୍ୟାଳୟକୁ ଶୁଭ ଉଦଘାଟନ ସହ ଶୁଭାରମ୍ଭ କରାଯାଇଥିଲା l ଏଥି ସହିତ ମହାବିଦ୍ୟାଳୟର ଛାତ୍ରୀ ଛାତ୍ର ମାନଙ୍କୁ ଡ୍ରେସ ୟୁନିଫର୍ମ ନିମନ୍ତେ ଅତିଥି ମାନଙ୍କ ଦ୍ଵାରା ଡ୍ରେସ କପଡ଼ା ପ୍ରଦାନ କରାଯାଇଥିଲା l ସେହିଭଳି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ପଞ୍ଚାୟତ ଦାରାଲାବେଢା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟ +୨ ଦୁଇ ବିଜ୍ଞାନ ମହାବିଦ୍ୟାଳୟର ଶୁଭାରମ୍ଭ କରାଯାଇଅଛି l
Sign in
Sign in
Recover your password.
A password will be e-mailed to you.