ମାଲକାନଗିରି: ପୁଣି ଜନନୀ ଯନ୍ତ୍ରଣା। ଗ୍ରାମକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ଯାହା ଫଳରେ ଗର୍ଭବତୀ ମହିଳାଙ୍କୁ ୫ କିମି ବୋହିଲେ ସ୍ୱାମୀ ବାବୁଲା ପାଙ୍ଗି, ପରିବାରବର୍ଗ ଓ ଗ୍ରାମବାସୀ। ସୁମିତ୍ରା ପାଙ୍ଗି ନାମକ ଏକ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଜଣାଇଲେ ପରିବାର ଲୋକେ, କିନ୍ତୁ ବର୍ଷା ଯୋଗୁଁ ଗାଁ ନାଳରେ ପାଣି ବଢି ରାସ୍ତା ଖାଇଯିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା। ଘଟଣା ହେଉଛି ଚିତ୍ରକୋଣ୍ଡା ବ୍ଲକ ରାଲେଗଡ଼ା ଅନ୍ତର୍ଗତ କଦମଝୋଲା ଗାଁର ପାଖାପାଖି ୫ କିଲୋମିଟର ନଈ ନାଳ, କାଦୁଅ ରାସ୍ତା ବୋହିବା ପରେ ଗେଜେଡ ଗ୍ରାମ ଠାରେ ଅପେକ୍ଷା କରିଥିବା ଆମ୍ବୁଲାନ୍ସ ପାଇଲେ। ବର୍ତ୍ତମାନ ମହିଳା ଜଣଙ୍କ ଜାନବାଇ ମେଡିକାଲରେ ଭର୍ତି ହୋଇଛନ୍ତି ଏଵଂ ଏକ ଶିଶୁ ପୁତ୍ର ହୋଇଛି, ଉଭୟେ ମାଆ ଓ ନବଜାତ ଶିଶୁ ସୁସ୍ଥ ଅଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post