mobile header

ମାଲକାନଗିରି ବ୍ୟବସାୟୀ ସଂଘର ବାର୍ଷିକ ଉତ୍ସବ


ମାଲକାନଗିରି,୨୭/୪(): ମାଲକାନଗିରି ବ୍ୟବସାୟୀ ସଂଘ ତରଫରୁ ସ୍ଥାନୀୟ ସଂସ୍କୃତି ଭବନରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବ୍ୟବସାୟୀ ସଂଘର ସଭାପତି ସୁରେଶ ସୋମାନୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜୟପୁର ବ୍ୟବସାୟୀ ସଂଘର ସଭାପତି ଅଞ୍ଜନି ଅଗ୍ରଵାଲ,ସଂପାଦକ ଶଶି ପଟନାୟକ,ଅନୁପ ପାତ୍ର,ଗଣେଶ ଭାଇ,ସୁରେନ୍ଦ୍ର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ଆରମ୍ଭରୁ ମାଲକାନଗିରି ଜିଲ୍ଲା ବ୍ୟବସାୟୀ ସଂଘର ସଂପାଦକ ଇଶ୍ବର ପଟନାୟକ ସଂପାଦକୀୟ ବିବରଣୀ ପାଠ କରିଥିଲେ।୨୦୨୧ ମସିହାରେ ଜିଲ୍ଲା ବ୍ୟବସାୟୀ ସଂଘ ଗଠନ କରାଯାଇଥିଲା।ଏହି ସଂଘର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲାର ଶତାଧିକ ଛୋଟ ବଡ ବ୍ୟବସାୟୀ ଆଜି ଏକତ୍ର ହୋଇ ଏହି ଉତ୍ସବକୁ ପାଳନ କରିଥିଲେ।ଅନେକ ବ୍ୟବସାୟୀ ଆଜି ସଂଘରେ ଯୋଗଦାନ କରିଥିଲେ।ବ୍ୟବସାୟୀମାନଙ୍କର ରହିଥିବା ବିଭିନ୍ନ ସମସ୍ୟା କିପରି ଦୁର କରାଯିବ ସେନେଇ ଆଲୋଚନା କରାଯାଇଥିଲା।ଏଥିସହ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା

Leave A Reply

Your email address will not be published.