କଟକ, (ନୃସିଂହ ଚରଣ ଦାସ ): ଅଗଷ୍ଟ ୯ କ୍ରାନ୍ତି ଦିବସ । କିନ୍ତୁ ସାଲେପୁର ପଲିଟିକ୍ସରେ ଦେଖିବାକୁ ମିଳିବ ଶକ୍ତି ପ୍ରଦର୍ଶନ। ତାହା ପୁଣି ଶାସକ ଦଳ କର୍ମୀଙ୍କର। ଦଳୀୟ ବିଧାୟକ ବନାମ ଆଶାୟୀ ପ୍ରାର୍ଥୀ। ପ୍ରଶ୍ନ ଉଠୁଛି ଦଳୀୟ ନେତାଙ୍କ ଏଭଳି ଗୋଡ଼ଟଣା ପ୍ରକୃତି କାହିଁକି। ଧାମନଗର ରିଟର୍ଣ୍ସ ଦେଖିବାକୁ ମିଳିବ କି ସାଲେପୁର । ଆସନ୍ତା ୯ ତାରିଖରେ ହଜାର କି ଦୁଇ ହଜାର ନୁହେଁ। ପୁରା ୧୦ରୁ ୨୦ ହଜାର କର୍ମୀଙ୍କର ହେବ ସମାଗମ୍। ଯାହାର ନେତୃତ୍ୱ ନେବେ ଯୁବ ବିଜେଡ଼ି ସଂଗଠକ ତଥା ସମାଜସେବୀ ହିମାଂଶୁ ମହାନ୍ତି। ଏନେଇ ଦୁଇଦିନ ତଳେ ହୋଇଥିବା ପ୍ରସ୍ତୁତି ବୈଠକରେ ସ୍ପଷ୍ଟ୍ ହୋଇଛି । ଅନ୍ୟପକ୍ଷରେ ଦଳୀୟ ବିଧାୟକ କିପରି ଶକ୍ତି ପ୍ରଦର୍ଶନ କରିବେ ତାହାକୁ ଉପାରେ ରହିଛି ସମସ୍ତଙ୍କ ନଜର। ଏଭଳି ଶକ୍ତି ପ୍ରଦର୍ଶନ କାହିକି। କାହା ପାଇଁ ଏଭଳି ପାଗଭିଡା। ଏମିତି ସେମିତି ଲୋକ ନୁହଁନ୍ତି । ଖୋଦ୍ ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ। ଯେକି ଆସନ୍ତା ୯ ତାରିଖରେ ସାଲେପୁର ଆସୁଛନ୍ତି। ଏନେଇ ଶାସକ ଦଳର କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। କିନ୍ତୁ ସମାନ୍ତରାଳରେ ଥିବା ଶାସକ ଦଳର ଦୁଇ ଗୋଷ୍ଠୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପ୍ରଶ୍ନ ଉଠୁଛି ଏ ସବୁ ବିଷୟରେ ପାଣ୍ଡିଆନ ଜାଣିଛନ୍ତି ତ ନା ଜାଣିଶୁଣି ନୁଆ ରଣନୀତି ଭିଆଇଛନ୍ତି। ପ୍ରକୃତରେ ଦଳୀୟ ବିଧାୟକଙ୍କ ସହ ତୃତୀୟ ମହଲାର ସମ୍ପର୍କ ଭଲ ଅଛି ତ । ନା ବିରୋଧୀଙ୍କୁ ମାଷ୍ଟର ଷ୍ଟ୍ରୋକ ଦେବାକୁ ଚାଲିଛି ରୁଟ ମ୍ୟାପ ।
Sign in
Sign in
Recover your password.
A password will be e-mailed to you.