ମାଲକାନଗିରି; ତା ୦୫.୦୮.୨୩: ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରମାନ ମାଲକାନଗିରି ଠାରେ ଉତ୍କଳ ସମ୍ମିଳନୀ ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୀମା ସୁରକ୍ଷା ବଳ ମାଲକାନଗିରିର ଆସିଷ୍ଟାଣ୍ଟ କମଣ୍ଡାଣ୍ଟ ଶ୍ରଦ୍ଧାକର ପାଢୀ; ମୁଖ୍ୟବକ୍ତା ରୂପେ ବନ ବିଭାଗ ମାଲକାନଗିରିର ରେଞ୍ଜ ଅଫିସର ଜଗନ୍ନାଥ ପ୍ରସାଦ ବିଶୋୟୀ, ସମ୍ମାନୀତ ଅତିଥି ଭାବେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ତଥା ଉତ୍କଳ ସମ୍ମିଳନୀ ମାଲକାନଗିରି ଶାଖାର ସଭାପତି ଡଃ ରଞ୍ଜନ କୁମାର ସ୍ଵାଇଁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥିମାନଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗୁରୁମା ମାନଙ୍କ ଦ୍ଵାରା ପୁଷ୍ପଗୁଛ ପ୍ରଦାନ ପୂର୍ବକ ପାରମ୍ପରିକ ରୀତିରେ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇ ସଭା ମଣ୍ଡପକୁ ଆମନ୍ତ୍ରଣ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରବୀନ୍ଦ୍ର କୁମାର ମହାରଣାଙ୍କ ସଭାପତିତ୍ଵରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମନୋରଞ୍ଜନ ଦାସ ଅତିଥି ପରିଚୟ ସହ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ରମେଶ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚାସୀନ ଅତିଥିମାନେ ବୃକ୍ଷରୋପଣର ଆବଶ୍ୟକତା, ଏହାର ସୁରକ୍ଷା, ଜନସମାଜକୁ ବୃକ୍ଷର ଅବଦାନ ଓ ପରିବେଶ ସନ୍ତୁଳନରେ ଏହାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ନିମନ୍ତ୍ରିତ ଅତିଥିମାନଙ୍କ ଦ୍ଵାରା ବିଦ୍ୟାଳୟର ନୂତନ କମ୍ପ୍ୟୁଟର ଲାବ, ଦୁଇଟି ବୃହତ ବିଶୁଦ୍ଧ ଓ ନିରାପଦ ପାନୀୟ ଜଳ ଯୋଗାଣ ଫିଲିଟର ଉଦ୍ଘାଟନ କରାଯିବା ପରେ ବିଦ୍ୟାଳୟ ପରିସର ମଧ୍ୟରେ ଛାତ୍ରଛାତ୍ରୀ, ଗୁରୁଜୀ ଗୁରୁମା, ଅଭିଭାବକ, ପରିଚଳନା କମିଟି, ସାମ୍ବାଦିକ, ନିମନ୍ତ୍ରିତ ଅତିଥିଗଣ, ସୀମା ସୁରକ୍ଷା ବଳର ତିରିଶି ଜଣ ଯବାନ, ବନ ବିଭାଗ ମାଲକାନଗିରିର ରେଞ୍ଜ ଅଧିକାରୀ, ବନପାଳ ଓ ବନ କର୍ମଚାରୀଙ୍କ ମିଳିତ ସହଯୋଗରେ ୨୭୫ଟି ଆମ୍ବ, ପଣସ, ଅଂଳା, ଛତିଆନା, କଦମ୍ବ, ଚମ୍ପା, ପେସ୍ତା, ବଉଳ, ହରିଡା, ବାହାଡ଼ା ପ୍ରଭୃତି ବୃକ୍ଷରୋପଣ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post