ଭୁବନେଶ୍ୱର: ଆଜିକା ଦୁନିଆରେ ବଞ୍ଚିବାକୁ ହେଲେ ଆମକୁ ସ୍ୱାସ୍ଥ୍ୟକୁ ଠିକ ରଖିବାକୁ ପଡିବ । କଥାରେ ଅଛି ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ । ଆଜି କାଲି ଦୈନ ଦିନ ଜୀବନରେ ଭଲ ଖାଦ୍ୟ ହିଁ ଆମ ମାନଙ୍କୁ ସୁସ୍ଥ ରଖିବା ସହିତ ଆମ ମତିଷ୍କକୁ ମଧ୍ୟ ଠିକ ରଖିବ । ତେଣୁ କୋଉ ଖାଦ୍ୟ ଖାଇବା ଉଚିତ ଆଉ ନ ଖାଇବା ଉଚିତ ତାହା ଆମେ ମାନେ ବାଛିବା । କୋଉ ଖାଦ୍ୟ ଖାଇବା ଦ୍ୱାରା ଆମେ ସବୁବେଳେ ଫିଟ ରହିବା ଶହ ଆମ ସ୍ୱାସ୍ଥ୍ୟକୁ ଠିକ ରଖିବା ସେଇଟା ଆମେ ମାନେ ଦରକାର । ସେହିପରି ଏକ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ଭୁବନେଶ୍ୱରର ବମିଖାଲରେ ଏକ ସୁନ୍ଦର ‘ଶ୍ରୀ ଡ୍ରାଏଫ୍ରୁଟ୍ସ’ ସେଣ୍ଟର ଖୋଲି ଅଛି । ଆଜି ଭୁବନେଶ୍ୱରର ବମିଖାଲ ଏକାମ୍ର ହଲ ସାମ୍ନାରେ ଶ୍ରୀ ଡ୍ରାଏଫ୍ରୁଟ୍ସ ନାମକ ଏକ କାଉଣ୍ଟରର ଉଦଘାଟନ ହୋଇଯାଇଛି । ଏଇ ଉଦଘାଟନକୁ ନିଜେ ମାଲିକ ଫିତା କାଟି ଶୁଭାରମ୍ବ କରିଥିଲେ । ଏଇ ଡ୍ରାଏଫ୍ରୁଟ୍ସ ସେଣ୍ଟରରେ ବିଭିନ୍ନ ପ୍ରକାରର ହେଲଥି ଖାଇବା ସାମଗ୍ରୀ ସବୁ ସୁଲଭ ମୂଲ୍ୟରେ ମିଳିବ ବୋଲି ପ୍ରତିଷ୍ଠାତା କହିଛନ୍ତି । ଆଜି ଏଇ ଉଦଘାଟନ ଦିବସରେ ଗ୍ରାହକ ମାନଙ୍କ ପାଇଁ ଗୋଟେ ଜିନିଷ କିଣିଲେ ଆଉ ଗୋଟେ ଜିନିଷ ଫ୍ରି ରହିଥିଲା । ଆଜିକାଲି ଯେପରି ବଜାରରେ ଫାଷ୍ଟ ଫୂଡ଼ ବଢ଼ି ଚାଲିଛି ଆଉ ଯୁବ ପିଢ଼ି ମାନେ ତାକୁ ଏକ ଖାଦ୍ୟ ଭାବେ ବାଛି ନେଉଛନ୍ତି ତାହା କେତେ ଦୂର ଦେହ ପାଇଁ ଖରାପ ଆମେ ସମସ୍ତେ ଜାଣିଛେ । ତାହା ପାଟିକୁ ସ୍ୱାଦ ଲାଗେ ସତ କିନ୍ତୁ ତାହା ସ୍ୱାସ୍ଥ୍ୟ ପାଇଁ ପୁରା ଖରାପ । ତେଣୁ ସେହି ଦୃଷ୍ଟିକୁ ଆଖି ଆଗରେ ରଖି ସମସ୍ତେ କେମିତି ନିଜ ନିଜ ସ୍ୱାସ୍ଥ୍ୟକୁ ଭଲରେ ରଖିବା ସହିତ ଫିଟ ରହିବେ ସେଥିପାଇଁ ଏଇ ସୁନ୍ଦର ଅଭିନଵ ଉପାୟ ଆରମ୍ଭ କରିଛନ୍ତି ଡ୍ରାଏଫ୍ରୁଟ୍ସ ମାଧ୍ୟମରେ । ଆଜିର ଏଇ ଉଦଘାଟନ ଦିବସରେ ବହୁ ଗ୍ରାହକ ମାନେ ଆସି ସେଣ୍ଟରକୁ ବୁଲାବୁଲି କରି ଏପରି ଏକ ସୁନ୍ଦର ଚିନ୍ତା କରି ସ୍ୱାସ୍ଥ୍ୟ ପାଇଁ ଭଲ ଏକ ପଦକ୍ଷପ ନେଇଥିବା ପ୍ରତିଷ୍ଠାତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇବା ଶହ ଆଗକୁ ଏମିତି ସୁନ୍ଦର ଭାବନା ଜାରି ରଖନ୍ତୁ ।
Sign in
Sign in
Recover your password.
A password will be e-mailed to you.