ଅଜିତ ବିଶୋଇ ହେଲେ ଏନଏସୟୁଆଇ ସଭାପତି

କୋଟପାଡ଼: ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁମୋଦନ କ୍ରମେ କୋଟପାଡ଼ କଂଗ୍ରେସର ଉଦୀୟ ମାନ ଛାତ୍ର ନେତା ଅଜିତ ବିଶୋଇ ସଭାପତି ମନୋନୀତ ହେବା ପରେ କୋଟପାଡ଼ କଂଗ୍ରେସରେ ଖୁସିର ଲହରୀ ଖେଳିଯାଇଛି । ଜଣେ ଉଦୀୟମାନ ଛାତ୍ର ନେତା ହୋଇ ଥିବାରୁ ବହୁ ଛାତ୍ର ତାଙ୍କ ସହ ଜଡ଼ିତ ହୋଇଥିବା କଥା ଗଣମାଧ୍ୟମ ପ୍ରତିନିଧିକୁ କହିଛନ୍ତି । ଆଗାମୀ ୨୦୨୪ ନିର୍ବାଚନକୁ ଏକ ବହୁତ୍ ବଡ ଚ୍ୟାଲେଞ୍ଜ ଗ୍ରହଣ କରିଥିବା କହିଛନ୍ତି । ପୂର୍ବରୁ ତାଙ୍କ ଜେଜବାପା କଂଗ୍ରେସ ଦଳର ବତାସନା ଗ୍ରାମ ପଞ୍ଚାୟତ କଂଗ୍ରେସର ବିଭିନ୍ନ ପଦପଦବୀରେ ଆସନ ଅଳଙ୍କୃତ କରିଥିଲେ । ତାଙ୍କ ବାପା ମଧ୍ୟ କଂଗ୍ରେସ ଦଳର ଆଗ ଧାଡିର ନେତା ଅଟନ୍ତି । ଏହି ନିଯୁକ୍ତି ପରେ ଓଡ଼ିଶା ପ୍ରଦେଶ କଂଗ୍ରସର ସଭ୍ୟ ମଣି ପ୍ରସାଦ ପଟ୍ଟନାୟକ, ମାନହର ବିଷୋୟୀ, ବ୍ଲକ କଂଗ୍ରେସ ସଭାପତି ପ୍ରକାଶ ମହାନ୍ତି, ଟାଉନ କଂଗ୍ରେସ ସଭାପତି ବାପୁନ୍ ତ୍ରିପାଠୀ, ଟାଉନ ଯୁବ କଂଗ୍ରସ ସଭାପତି ଶଙ୍କର ପଣ୍ଡା, ନିର୍ବାଚନ ମଣ୍ଡଳୀ ସଭାପତି ନବୀନ ବିଶୋଇ, ବ୍ଲକ ଯୁବ କଂଗ୍ରେସ ସଭାପତି ଘନଶ୍ୟାମ ବିଶୋଇ, ଯୁବ କଂଗ୍ରେସର ଟାଉନ ସମ୍ପାଦକ ଟିକୁ ବିଶୋଇ, ୟୁସୁଫ ଅଲ୍ଲୀ, କଲୁ ମାଝି ଯୁବ କଂଗ୍ରେସର ଟାଣୁଆ ସଂଘଟକ ସନ୍ତୋଷ ମିଶ୍ର, ବୁଲୁ ହୋତା, ରମା ବିଶୋଇ, କୋରାପୁଟ ଜିଲ୍ଲା କଂଗ୍ରସ ଉପସଭାପତି ହରିଶ ପଟ୍ଟନାୟକ ପ୍ରମୁଖ ଖୁସିବ୍ୟକ୍ତ କରିଥିଲେ । ଶେଷରେ ନଗରପାଳ ଏମ ଶଙ୍କର ରାଓ ଯୁବକ ମାନଙ୍କୁ ବହୁ ମାତ୍ରାରେ ଦଳରେ ମିଶାଇ ବା ପାଇଁ କଂଗ୍ରେସ ନେତୃବର୍ଗଙ୍କୁ ଆହ୍ବାନ ଦେଇଥିଲେ । କଂଗ୍ରେସ ଦଳ ଏକ ହୋଇ ୨୦୨୪ରେ ବିଜୟ ହେବା ପାଇଁ ନିବେଦନ କରିଥିଲେ ।

Leave A Reply

Your email address will not be published.