ମାଲକାନଗିରି ଜିଲ୍ଲାରେ ବିଶ୍ଵ ଆଦିବାସୀ ଦିବସ ପାଳନ

ମାଲକାନଗିରି, ୯।୮: ଆଜି ହେଉଛି ବିଶ୍ବ ଆଦିବାସୀ ଦିବସ । ଏହି ଅବସରରେ ମାଲକାନଗିରି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ପକ୍ଷରୁ ଆଜି ଏହି ଦିବସକୁ ବେଶ ଧୁମ ଧାମରେ ପାଳନ କରାଯାଇଛି । ମାଲକାନଗିରି ଜିଲ୍ଲାରେ ବସ ବାସ କରୁଥିବା ୩୨ଟି ପ୍ରଜାତିର ଆଦିବାସୀ ଲୋକେ ଆଜି ଏକତ୍ରିତ ହୋଇ ନିଜର ହକ୍ ପାଇଁ ବିଶାଳ ସମାବେଶ କରିଥିଲେ । ବଣ୍ଡା, କୋୟା, ଡିଡାଇ, ପରଜା, ହାଲବା ଓ ଗାଦବା ପରି ମାଲକାନଗିରି ଜିଲ୍ଲାରେ ମୋଟ ୩୨ଟି ପ୍ରଜାତିର ଆଦିବାସୀ ଲୋକେ ରହୁଛନ୍ତି । ଏମାନଙ୍କ ବେଶ ଭୁଷା ଓ ଜୀବନ ଧାରଣ ଶୈଳି ଭିନ୍ନ ଭିନ୍ନ ରହିଛି । ବିଶ୍ବ ଆଦିବାସୀ ଦିବସ ଉପଲକ୍ଷେ ଜିଲ୍ଲାର ସମସ୍ତ ବର୍ଗର ଆଦିବାସୀ ମାନେ ଆଜି ଏକତ୍ରିତ ହୋଇଥିଲେ । ନିଜ ନିଜର ପାରମ୍ପାରିକ ବେଶ ଭୁଷାରେ ସଜ୍ଜିତ ହୋଇ ହାତରେ ପାରମ୍ପାରିକ ଅସ୍ତ୍ର ନେଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଅବସରରେ ଜିଲ୍ଲା ସଦରରେ ଥିବା ବସଷ୍ଟାଣ୍ଡରେ ନିର୍ମିତ ବାବା ସାହେବ ଆମ୍ବେଦକରଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ବିଶାଳ ଶୋଭାଯାତ୍ରାରେ ହଜାର ହଜାର ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଅଭିମୁଖେ ବାହାରିଥିଲେ । ହେଲେ ଆଦିବାସୀ ଲୋକେ ରାଷ୍ଟ୍ରପତିଙ୍କ ଉଦ୍ୟେଶରେ ଏକ ଦାବି ପତ୍ର ପ୍ରଦାନ କରିବା ଲାଗି ଆସିଥିବା ବେଳେ ନିଜେ ଜିଲ୍ଲାପାଳ ଏହାକୁ ଗ୍ରହଣ କରିବାକୁ ଆସିନଥିବାରୁ ଆଦିବାସୀ ଲୋକେ କିଛି ସମୟ ଲାଗି ୩୨୬ ନମର ଜାତିୟ ରାଜପଥ ଅବରୋଧ କରିବା ସହ ଆନ୍ଦୋଳନ ମଧ୍ୟ କରିଥିଲେ ।

Leave A Reply

Your email address will not be published.