ବିଭିନ୍ନ ଦାବି ନେଇ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ତରଫରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ମାଲକାନଗିରି, ୯।୮: ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ମାଲକାନଗିରି ଶାଖା ତରଫରୁ ବିଭିନ୍ନ ଦାବି ନେଇ ଆଜି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତିା ଏହି ଦାବି ଗୁଡିକ ମଧ୍ୟରେ ଅନୁଦାନରୁ ବଞ୍ଚିତ ଯୋଗ୍ୟ ବିବେଚିତ ସମସ୍ତ ଉଚ୍ଚ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କା ର୍ଯ୍ୟରତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ଚାକିରି ସର୍ତାବଳୀ ସହ ପେସନ ପ୍ରଦାନ, ୪୮ ବର୍ଷରେ ପଦାର୍ପଣ କରିଥିବା ସମସ୍ତ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ମାନଙ୍କୁ ଟିଜି ସ୍କେଲ ପ୍ରଦାନ କରିବା, ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ ଅନୁଦାନ ପ୍ରଦାନ ଭଳି ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି । ତେବେ ଅଗଷ୍ଟ ୯ ତାରିଖରେ ଜିଲ୍ଲାସ୍ତରୀୟ ଆନ୍ଦୋଳନ ସମସ୍ତ ଜିଲ୍ଲାରେ ହେଉଥିବା ବେଳେ ଆସନ୍ତା ଅଗଷ୍ଟ ୧୬ ତାରିଖ ଦିନ ଭୁବନେଶ୍ୱର ଠାରେ ବିଶାଳ ସମାବେଶ, ରାଲି, ବିକ୍ଷାଭ ଧାରଣା ଦିଆଯିବ । ଯାହାକୁ ସମସ୍ତେ ସମର୍ଥନ କରିବା ପାଇଁ ସଂଘ ତରଫରୁ ପ୍ରକାଶ କରାଯାଇଛି ।

Leave A Reply

Your email address will not be published.