ଚିତ୍ରକୋଣ୍ଡାରେ ପାଳିତ ହେଲା ବିଶ୍ୱ ଆଦିବାସୀ ଦିବସ

ଚିତ୍ରକୋଣ୍ଡା: ବିଶ୍ୱ ଆଦିବାସୀ ଦିବସ ଅବସରରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳ ଗସ୍ତ କରି ପଣସପୁଟ ଗ୍ରାମ ପଞ୍ଚାୟତର ଗୋରାସେତୁ, ବଡପଦର ଗ୍ରାମ ପଞ୍ଚାୟତର ଗାଜୁଲମାମୁଡ଼ି, ପାପରମେଟାଲ ଗ୍ରାମ ପଞ୍ଚାୟତର ଟୋଟାଗୁଡା ଗ୍ରାମକୁ ଯାଇ ଆମ ଅଞ୍ଚଳର ମହାନ ଆଦିବାସୀ ଜନନାୟକଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆଦିବାସୀ ସମାଜ ପ୍ରତି ତାଙ୍କର ବହୁମୂଲ୍ୟ ଅବଦାନକୁ ସ୍ମରଣ କରିବା ସହ ସମସ୍ତ ଆଦିବାସୀ ଭାଇଭଉଣୀଙ୍କୁ ବିଶ୍ୱ ଆଦିବାସୀ ଦିବସର ମହତ୍ତ୍ଵ ଓ ଆଦିବାସୀ ଜନଜାତିଙ୍କ ସମାଜ ପ୍ରତି ଥିବା ଅବଦାନ ବିଷୟରେ ବୁଝାଇବା ସହ ବହୁ ଆଡମ୍ବରରେ ଆଦିବାସୀ ଦିବସ ପାଳନ କରିଥିଲୁ। ଏହା ସହ ଆମେ ଆଦିବାସୀ କିପରି ଛୋଟ ଛୋଟ ସ୍ବପ୍ନର ସନ୍ଧାନ କରୁ, ବର୍ତ୍ତମାନରେ ବଞ୍ଚିବା ସହ ବର୍ତ୍ତମାନରେ ହସ, ଖୁସି, ନାଚ ,ଗୀତ, ଖାଇ ପି କରି ଜୀବନର ମୂଲ୍ୟବୋଧ ବୁଝ ଖୁସିରେ ଜୀବନ ବିତାନ୍ତି ସେ ବିଷୟରେ ଆଲୋଚନା କରିଥିଲୁ। ସଭା ସରିବା ପରେ ଆଦିବାସୀ ପରମ୍ପରାର ଢୋଲ, ବାଜା, ମହୁରିର ତାଳେ ତାଳେ ଢେମେସା ନୃତ୍ୟ କରି ଲୋକଙ୍କ ସହ ସମୟ ଅତିବାହିତ କରିଥିଲି। ଏହି ଅବସରରେ ମୋ ସହ ସ୍ଥାନୀୟ ଗ୍ରାମବାସୀ, ଚିତ୍ରକୋଣ୍ଡା ବିଜୁ ଜନତା ଦଳର କର୍ମୀ,ନେତୃବୃନ୍ଦ ଙ୍କ ସହ ସ୍ଥାନୀୟ ବୁଦ୍ଧିଜୀବୀ ବରିଷ୍ଠ ବ୍ୟକ୍ତିବୃନ୍ଦ ଉପସ୍ଥିତ ରହି ଆଜିର ଦିବସକୁ ଖୁବ୍ ଆଡ଼ମ୍ବରରେ ପାଳନ କରିଥିଲୁ।

Leave A Reply

Your email address will not be published.