ଜାତୀୟ କୃମି ନାଶକ ଦିବସ ପାଳିତ

ଚିତ୍ରକୋଣ୍ଡା: ଆଜି ସ୍ଥାନୀୟ ଆଇ.ଏମ.ଏସ.ଟି. ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଜାତୀୟ କୃମି ନାଶକ ଦିବସର ଶୁଭ ଉଦଘାଟନ ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀଙ୍କ ଦ୍ଵାରା ହୋଇଥିଲା। ଏହି ଉକ୍ତ ଅନୁଷ୍ଠାନରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ବିଦ୍ୟାଳୟର ପ୍ରିନ୍ସିପାଲ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ କୃମି ଆମ ଶରୀର ପାଇଁ କାହିଁକି କ୍ଷତିକାରକ, ସେ ବିଷୟରେ ସଚେତନ କରାଇବା ସହିତ କୃମି ନାଶକ ବଟିକା କିପରି ଖାଇବା ଉଚିତ୍ ଓ ଏହି ବଟିକା ଖାଇଲେ କୃମି କିପରି ନାଶ ହୁଅନ୍ତି, ସେ ବିଷୟରେ ଅବଗତ କରାଇଥିଲେ। ସିଡିଏମଓ ତାଙ୍କ ଭାଷଣରେ ପିଲାମାନଙ୍କୁ ରାସ୍ତା କଡ଼ରେ ଖୋଲାରେ ବିକ୍ରି ହେଉଥିବା ଖାଦ୍ୟ ଦ୍ଵାରା କିପରି କୃମି ମସ୍ତିସ୍କ, ଯକୃତ ବା ଲିଭର ର କ୍ଷତି ଘଟାଇ ଆମକୁ ରୋଗାକ୍ରାନ୍ତ କରେ,ସେ ବିଷୟରେ ମଧ୍ୟ ସଚେତନ କରାଇଥିଲେ। ଡି ପି ଏମ ସସ୍ମିତା ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ଶେଷରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶିବ ପ୍ରସାଦ କୀର୍ତ୍ତନିୟା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ହଜାରର ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.