ସାମାଜିକ ସମୀକ୍ଷା ୟୁନିଟ ପକ୍ଷରୁ ଚାରା ରୋପଣ ଓ ବୃକ୍ଷର ଉପକାରୀତା ସମ୍ବନ୍ଧରେ ଆଲୋଚନା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସାମାଜିକ ସମୀକ୍ଷା ଦଳ ତରଫରୁ ଚାରା ରୋପଣ କରାଯାଇ ପରିବେଶ ସୁରକ୍ଷିତ ରଖିବାକୁ ଚେଷ୍ଟା । ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପାଣ୍ଡ୍ରିପାଣି ପଞ୍ଚାୟତର ବିଜାପଦର ଗ୍ରାମ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସମୀକ୍ଷକ ସୁବ୍ରତ କୁମାର ସାମଲଙ୍କ ସମେତ ବ୍ଲକ ସାମାଜିକ ସମୀକ୍ଷକ ଟି. ମୁରଲୀ କ୍ରୀଷ୍ଣ, ସଂଗ୍ରାମ କେଶରୀ ମହାଲିକ, ବେଲାଲସେନ ଗୁଣ୍ଠା, ମହେନ୍ଦ୍ର କୋପେ, ରାକେଶ ଦାସ, ସଲିମ ଧର ସଗଡ଼ିଆଙ୍କ ସମେତ ଜଳ ବିଭାଜିକା କର୍ମଚାରୀ ଅମୀୟକାନ୍ତ ସାହୁ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ରୁ ଉର୍ଦ୍ଧ କାଜୁ ଚାରା ରୋପଣ କରାଯିବା ସହ ଏହି ଗଛର ଉପକାରୀତା ଓ ଏହି ଚାରା କିପରି ରୋପଣ କରିବା ସେ ସମ୍ବନ୍ଧରେ ଗ୍ରାମବାସୀ ସହ ସେଠାରେ ଆଲୋଚନା କରାଯାଇଥିଲା। ଏହା ବ୍ୟତୀତ ଏହି ଚାରାକୁ କିପରି ଯତ୍ନ ନେବା ତାହା ମଧ୍ୟ ଆଲୋଚନା ହୋଇଥିଲା । ଏବଂ ଏହି ଚାରାଟି ଯେତେବେଳେ ଗଛ ହେବ ସେହି ଗଛରୁ କେଉଁ କେଉଁ ଉପକାରୀତା ମିଳିବ ସେ ସମ୍ବନ୍ଧରେ ଗ୍ରାମବାସୀଙ୍କୁ ବୁଝା ହୋଇଥିଲା ।

Leave A Reply

Your email address will not be published.