ପୂର୍ବତନ ବିଧାୟକଙ୍କ ଚିତ୍ରକୋଣ୍ଡା ଗସ୍ତ

ଚିତ୍ରକୋଣ୍ଡା, ୧୧।୦୮: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ଡମ୍ବୁରୁ ସୀସା ଆଜି ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି। ଶ୍ରୀ ସୀସା ଆଜି ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତ ଦୋରାଗୁଡ଼ା, ନୂଆଗୁଡ଼, ଗୁଣ୍ଠାୱାଡ଼ା, ଚିତ୍ରକୋଣ୍ଡା ପଞ୍ଚାୟତରେ ବିଭିନ୍ନ ବର୍ଗର ଲୋକଙ୍କ ସହ ମିଶିବା ସହ ବିଜେଡି କର୍ମୀ ମାନଙ୍କ ସହମିଶି ଆଲାଚୋନା କରିଛନ୍ତି। ଏହାସହ ଚିତ୍ରକୋଣ୍ଡା ଆରୀଙ୍ଗି ଘାଟକୁ ଯାଇ ସେଠାରେ ନିର୍ମାାଧୀନ ବ୍ରିଜ ର ସ୍ଥିତି ଦେଖିବା ସହ ବ୍ରିଜର ନିର୍ମାଣ କାମ କିପରି ଯଥା ଶୀଘ୍ର ସରିବ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହା ସହ ଆରୀଙ୍ଗୀ ଘାଟରେ ଥିବା ଡଙ୍ଗାଟି ଭାଙ୍ଗି ଯାଇଥିବାରୁ ସେହି ଅଞ୍ଚଳର ଲୋକମାନେ ବିପଦପୂର୍ଣ୍ଣ ଭାବରେ ଯାତ୍ରା କରୁଥିବା ଅଞ୍ଚଳବାସୀ ଜଣାଇଥିଲେ। ଯଥା ଶୀଘ୍ର କିପରି ନୂତନ ଡଙ୍ଗା ଯୋଗାଇହେବ ସେ ବିଷୟରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଚିତ୍ରକୋଣ୍ଡାରେ କ୍ରୀଡା ପ୍ରେମୀଙ୍କ ସହ ମିଶି ଚିତ୍ରକୋଣ୍ଡା ଅଞ୍ଚଳରେ କ୍ରୀଡା ଭିତ୍ତିଭୂମିର କିପରି ଉନ୍ନତି ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ। ବିଜେଡି କର୍ମୀ ମାନଙ୍କ ସହ ମିଶି ବିଭିନ୍ନ ବିଷୟରେ ଆଲାଚୋନ କରିବା ସହ ଆଗାମୀ ନିର୍ବାଚନରେ ସମସ୍ତେ ଏକତ୍ର ହୋଇ କାମ କରିବାକୁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.