ପୂର୍ବତନ ଜନ ପ୍ରତିନିଧିଙ୍କୁ ଅସମ୍ମାନ, କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ମାଲକାନଗିରି, ୧୧।୮: ଗତକାଲି ମାଲକାନଗିରି ବ୍ଲକର ଗୋରାଖୁଂଟା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଏରା ପଡିଆମି, ଗ୍ରାମସାଥୀ ଜୟଦେବ ବାଛାଡ, ଏମ୍‌.ପି.ଭି.୨ ଗ୍ରାମର ପୂର୍ବତନ ୱାର୍ଡ ମେମ୍ବର ଗୋପାଳ ମଣ୍ଡଳ ଓ ପୋନାରଗୁଡା ଗ୍ରାମର ଯୁବ ନେତା ଭିମା ପଡିଆମିଙ୍କୁ ମାଲକାନଗିରି ବିଡିଓ ଅସମ୍ମାନ କରିଥିବା ଆଜି ଏକ ଲିଖିତ ଅଭିଯୋଗ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଦେଇଛନ୍ତି । ଉକ୍ତ ଦାବି ପତ୍ରରେ ଉଲ୍ଲେଖ ରହିଛି ଯେ, ଗୁରୁବାର ଦିନ ଗୋରାଖୁଂଟା ଗ୍ରାମ ପଞ୍ଚାୟତର ଏମ୍‌.ପି.ଭି. ୨ ଗ୍ରାମର ଛଅଟି ପରିବାର ଓଡିଶା ସରକାରଙ୍କ ମୋ ଘର ଯୋଜନାରେ ଜନସେବା କେନ୍ଦ୍ରରେ ସଂଯୋଗ ହୋଇ ପାରି ନଥିବାରୁ ଏହାର ସମାଧାନ ନିମନ୍ତେ ମାଲକାନଗିରି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରିଥିଲୋ ତେବେ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ସମ୍ମୁଖରେ ଛିଡା ହୋଇ ତାଙ୍କସହିତ ଏ ସମ୍ବନ୍ଧରେ କଥାବାର୍ତା ହେବା ପରେ ଉକ୍ତ କାର୍ଯ୍ୟାଳୟର ଜଣେ କର୍ମଚାରୀ ଏହି ଚାରିଜଣ ଜନ ପ୍ରତିନିଧିଙ୍କୁ ବସିବା ପାଇଁ କହିବାରୁ ଚାରିଜଣ ନିକଟରେ ଥିବା ଚୌକିରେ ବସିଥିଲୋ ପରେ ବିଡିଓ ମହାଶୟା ମୋ ଘର ସମ୍ବନ୍ଧରେ ଚାରିଜଣଙ୍କ ସହ କଥା ହେବା ପରେ କହିଲେ ଯେ, ଏପରି କେବେ ମୋ ସମ୍ମୁଖରେ ବସିବ ନାହିଁ ଏଇଟା ତମ ଘର ନୁହେଁ, ଏପରି ଆଉ କେବେ ମୋ ସମ୍ମୁଖରେ ବସିବ ନାହିଁ ବୋଲି କହିବା ଫଳରେ ଜନ ପ୍ରତିନିଧି ମାନେ କ୍ଷୋଭ ପ୍ରକାଶ କରିଥିଲେ । ଏ ସମ୍ବନ୍ଧରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ ପ୍ରକାଶ କରିଛନ୍ତି ଯେ, ଜଣେ ଉଚ୍ଚ ପଦାଧିକାରୀ ଜନ ପ୍ରତିନିଧିଙ୍କ ସହ ଏପରି ବ୍ୟବହାର କରିଥିବା ବିଷୟ ପୂର୍ବତନ ସରପଞ୍ଚ ଓ ଅନ୍ୟ ଜନ ପ୍ରତିନିଧି ମାନେ ଅଭିଯୋଗ କରିଛନ୍ତିା ଏ ସମ୍ବନ୍ଧରେ ତଦନ୍ତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.