ଦ୍ୱିତୀୟ ଶିକ୍ଷକ ଶିକ୍ଷୟିତ୍ରୀ-ଅଭିଭାବକ ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ

କୋଟପାଡ଼: ଆଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କୋଟପାଡ଼ ପ୍ରାଙ୍ଗଣରେ ଚଳିତ ବର୍ଷର ଦ୍ୱିତୀୟ ଶିକ୍ଷକ ଶିକ୍ଷୟିତ୍ରୀ-ଅଭିଭାବକ ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସବିତା ମାଦଳାଙ୍କ ଅଧ୍ୟକ୍ଷତାରେ ସକାଳ ୮.୩୦ରୁ ଆରମ୍ଭ ହୋଇ ୧୧.୦୦ ଘଣ୍ଟିକା ସମୟରେ ସମାପ୍ତ ହୋଇଥିଲା। ଏହି ବୈଠକରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆଲୋଚିତ ସମସ୍ତ ୧୪ ଗୋଟି ମୁଖ୍ୟ ବିଷୟ ଉପରେ ଆଲୋଚନା କରା ଯାଇଥିଲା। ବିଶେଷ କରି ବାଲ୍ୟ ବିବାହ ରୋକିବା,ମାନସିକ ଚାପରୁ ମୁକ୍ତି, ଅଧାରୁ ପାଠ ଛାଡିଥିବା ପିଲା ମାନେ ଶିକ୍ଷାର ମୁଖ୍ୟସ୍ରୋତରେ କିଭଳି ପୁନଃ ସାମିଲ ହୋଇ ପାରିବେ,କ୍ୟାରିୟର ସମ୍ବନ୍ଧୀୟ ଯୋଜନା ନିର୍ଣ୍ଣୟ ଓ ଗୁରୁତ୍ଵ,ନୂତନ ହାଉସ୍ ସିଷ୍ଟମ୍ ପ୍ରଚଳନ, ଅନଲାଇନ୍ ସୁରକ୍ଷା ଓ ବିଶେଷ ରୂପେ ସ୍ୱଚ୍ଛତା ପକ୍ଷ ପାଳନ ଭଳି ସମ୍ବେଦନଶୀଳ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରା ହୋଇଥିଲା। ଏହି ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ସୁଧିର ଚନ୍ଦ୍ର ମହାନ୍ତି ମୂଳରୁ ଶେଷ ଯାଏଁ ଉପସ୍ଥିତ ରହି ଗଭୀର ଭାବେ ଅନୁକ୍ଷଣ କରି ପରିଶେଷରେ ସମସ୍ତ ବିଷୟ ଉପରେ ନିଜ ମନ୍ତବ୍ୟ ଦେଇ ଅଭିଭାବକ ମାନଙ୍କୁ ଶିକ୍ଷାଉନ୍ମୁଖି ହେବା ନିମନ୍ତେ ମତ ବ୍ୟକ୍ତ କରିଥିଲେ। ପରିଶେଷରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ରତିକାନ୍ତ ମହାନ୍ତି ,”ବାଲ୍ୟ ବିବାହ ରୋକିବା ନିମନ୍ତେ ଶପଥ ପାଠ” କରାଇଥିଲେ। ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ ହୋଇଥିଲା।

Leave A Reply

Your email address will not be published.