ଡଃ.ଏସ.ପି. ଡିଗ୍ରୀ କଲେଜ ଏମ. ଭି. ୭୯ ରେ ”ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି, ତା ୧୨.୦୮.୨୦୨୩: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତାଣ୍ଡବାଇ ପଞ୍ଚାୟତରେ ଥିବା ଡଃ.ଏସ.ପି. ଡିଗ୍ରୀ କଲେଜରେ ”ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜର ଏନ.ଏସ.ଏସ. ର ସଂଯୋଜକ ଶ୍ରୀ ତାରିଣୀ ଚରଣ ମାହାନ୍ତି କାର୍ଯ୍ୟକ୍ରମଟିକୁ ସର୍ବପ୍ରଥମେ ଆରମ୍ଭ କରିଥିଲେ। ଏବଂ ମହାବିଦ୍ୟାଳୟର ପାଖାପାଖି ଚାଳିଶରୁ ଉର୍ଧ ଛାତ୍ର ଛାତ୍ରୀ, ଅଧ୍ୟାପକ ଶତ୍ରୁଘ୍ନ ପ୍ରଧାନ ଡେମୋନଷ୍ଟେଟର ଲକ୍ଷ୍ମୀ ପ୍ରସାଦ ବାରିକ, ପି.ଟି. ଅମିୟ ସରକାର, କିରାଣୀ ପ୍ରଦୀପ କୁମାର ପ୍ରଧାନ, ବ୍ରଜେନ ମିର୍ଧା, ସୁବାଶିଷ ଦତ୍ତ ଉପସ୍ଥିତ ଥିଲେ I ଏଥିରେ କଲେଜର ଅଧକ୍ଷା ଶ୍ରୀମତୀ ପ୍ରବାସିନି ମହାପାତ୍ର ପ୍ରଥମେ ମାଟି ମା କୁ ପ୍ରଣାମ ସହ ଦେଶର ବୀର ସହିଦ ମାନଙ୍କ ଉଦ୍ୟେଶରେ ସ୍ମୃତି ଚାରଣ କରିଥିଲେ ଏବଂ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ଶପଥ ପାଠ କରାଯାଇଥିଲା । ଶେଷରେ ସଭା ସାଙ୍ଗ କରାଗଲା I

Leave A Reply

Your email address will not be published.