ଘରୋଇ ବସ ମାଲିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ

ମାଲକାନଗିରି, ୧୬।୮: ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ବସଷ୍ଟାଣ୍ଡ ପରିସରରେ ଘରୋଇ ବସ ମାଲିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳନ କରାଯାଇଛି । ଏହି ଅବସରରେ ସଂଘର ସଭାପତି ରାଜେଶ୍ଵରୀ ପ୍ରଧାନ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ । ଏହା ସହ ଏହି ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସଂଘର କର୍ମକର୍ତ୍ତା ମାନେ ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ସଂଘ ପକ୍ଷରୁ କୌଣସି ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସଂଘ ସହ ଜଡିତ କୌଣସି ବସ ମାଲିକ ଯଦି ମୃତ୍ୟୁବରଣ କରନ୍ତି ତେବେ ସେମାନଙ୍କୁ ୫୦୦୦୦ ଟଙ୍କା ପ୍ରାଦାନ କରିବା ଓ କୌଣସି କର୍ମକର୍ତ୍ତା ଯଦି ମୃତ୍ୟୁବରଣ କରନ୍ତି ତେବେ ସେମାନଙ୍କୁ ୨୦୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ଏହାପରେ ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ମିଷ୍ଠାନ ବଣ୍ଟନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ଇ ଭେଙ୍କେଟ ରାଓ, ରାଜେସ କୁମାର ରାଉତ, କେଦାର ନାଥ ଦାସ, ସିମାଞ୍ଚଳ ଦାସ, ମୂନା ଶୁବୁଦ୍ଧି, ସିଏଚ ରାଜେସ ପାତ୍ର, ଅଶୋକ ରାଉତ, ସନ୍ତୋଷ ପାଣି ଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସଂଘର କର୍ମକର୍ତ୍ତା ଛବି ଦାସ ପରିକଳ୍ପନା କରିଥିଲେ ।

Leave A Reply

Your email address will not be published.