ସତୀଗୁଡା ଡ୍ୟାମ୍ ସାଇଟ୍ ଓ କେନ୍ଦୁଗୁଡା ଗ୍ରାମବାସୀଙ୍କ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ କଲେ ପୂର୍ବତନ ବିଧାୟକ

ମାଲକାନଗିରି, ୧୭।୮: ମାଲକାନଗିରି ସଦର ବ୍ଲକ ସିନ୍ଦ୍ରିମାଳ ଗ୍ରାମ ପଞ୍ଚାୟତର କେନ୍ଦୁଗୁଡା ଗ୍ରାମବାସୀ ଓ ମାଲକାନଗିରି ପୂର୍ବତନ ବିଧାୟକ ମାନସ ମାଡକାମୀ ଆଜି ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂଙ୍କୁ ସାକ୍ଷାତ କରି ଲିଖିତ ଆକାରରେ ବିଭିନ୍ନ ସମସ୍ୟା ବିଷୟରେ ଜଣାଇଛନ୍ତି । ସିନ୍ଦ୍ରିମାଳ ଗ୍ରାମ ପଞ୍ଚାୟତର ସତୀଗୁଡା କନ୍ୟାଶ୍ରମ ଠାରୁ କେନ୍ଦୁଗୁଡା, ଦାନୀଗୁଡା ବାଟପାଲ୍ଲୀ ରାସ୍ତାକୁ ପିଚୁ ରାସ୍ତା କରିବା ପାଇଁ ଏହି ଅବସରରେ ଅନୁରୋଧ କରାଯାଇଛି । ଏଥିସହ ଡ୍ୟାମ୍ ସାଇଟ୍ ଛକ ଠାରୁ ଇକୋ ପାର୍କ ରାସ୍ତାର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଉକ୍ତ ରାସ୍ତାର କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ସହ ପଞ୍ଚବଟି ଡ୍ୟାମ୍ ସାଇଟ୍ ଗ୍ରାମଠାରୁ ତାଳଗୁଡା ଇକୋ ପାର୍କ ଶିବ ମନ୍ଦିର ତଳ ରାସ୍ତାର ଉନ୍ନତିକରଣ ଓ ପିଚୁ ରାସ୍ତା ପାଇଁ ବିଶେଷ ଭାବରେ ମାନସ ମାଡକାମୀ ଜିଲ୍ଲାପାଳ ଶ୍ରୀ ସିଂଙ୍କୁ ଅନୁରୋଧ କରିଛନ୍ତି। ଏଥିରେ କେନ୍ଦୁଗୁଡା ଗ୍ରାମବାସୀଙ୍କ ସହ ମାଲକାନଗିରି ଜିଲ୍ଲା ମତୁଆ ସମ୍ପ୍ରଦାୟର ଉପଦେଷ୍ଟା ସୁଧାଂଶୁ ବିଶ୍ୱାସ, ବିଜେଡି ଯୁବ ନେତା ସଦାନନ୍ଦ ଖରା, କେନ୍ଦୁଗୁଡା ଗାଁ ମୁଖିଆ ମୁକା ମାଡକାମୀ, ଜଗନ୍ନାଥ ମାଡକାମୀ, ବାଗା ପଡ଼ିଆମୀ, ନନ୍ଦା ମାଡକାମୀ, ଲଖଣ ମାଡକାମୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.