ଜିଲ୍ଲାରେ ପ୍ରଥମ କରି ବ୍ରାଉନସୁଗାର ଧରିବାରେ ସଫଳ ହୋଇଛି ପୋଲିସ

୧.୬ ଗ୍ରାମ ବ୍ରାଉନସୁଗାର୍ ଏଵଂ ୫୦କିଲୋ ଗଞ୍ଜାଇ ସହ ୫ ଅଭିଯୁକ୍ତଙ୍କୁ ଗିରଫ କଲେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କ ସହ କାଳିମେଳା ପୋଲିସ।

ମାଲକାନଗିରି, ତା ୧୮/୦୮: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୋଲିସ ପକ୍ଷରୁ ଅନବରତ ବେଆଇନ ଗଞ୍ଜେଇ କାରବାର ଉପରେ ଚଢାଉ ଜାରି ରହିଥିବା ବେଳେ କିଛି ଦିନ ମଧ୍ୟରେ ବିପୁଳ ଗଞ୍ଜେଇ ଜବତ କରିବା ସହ ବହୁ ଅଭିଯୁକ୍ତଙ୍କୁ ଗିରଫ କରାଗଲାଣି l ଏହାରି ଭିତରେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି l ଏଥର ଗଞ୍ଜେଇ ସହ ବ୍ରାଉନ ସୁଗାର ବେପାରୀଙ୍କୁ ଧରିବାରେ ସଫଳ ହୋଇଛି କାଲିମେଳା ଥାନା ପୋଲିସ l ଗଞ୍ଜେଇ ଓ ବ୍ରାଉନ ସୁଗାର କାରବାର ଅଭିଯୋଗରେ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ବ୍ରାଉନ ସୁଗାର ଶହ ଗଞ୍ଜେଇ ୨ଟି କାର ଏବଂ ଏକ ଲକ୍ଷ ଛାୟାଳୀସ ହଜାର ଟଙ୍କା ଜବତ କରାଯାଇଥିବା ନେଇ କାଲିମେଳା ଥାନାର ଭାରପ୍ରାପ୍ତ ଏଏସପି ରାହୁଲ ଗୋଏଲ ପ୍ରେସ ମିଟ ଜରିଆରେ ସୂଚନା ଦେଇଛନ୍ତି l ଏଏସପିଙ୍କ ସୂଚନା ଅନୁଯାଇ ତାଙ୍କ ନେତୃତ୍ୱରେ ଗତ ଅଗଷ୍ଟ ୧୪ ତାରିଖ ରାତିରେ ପାଟ୍ରୋଲିଂ କରାଯାଉଥିବା ସମୟରେ ୧୫ ତାରିଖ ଭୋର ସମୟରେ ୩୨୬ ନମ୍ବର ଜାତୀୟ ରାଜପଥ ପୁଲିମେଟଲା ଛକ ନିକଟରୁ ଏକ କାରକୁ ସନ୍ଦେହ କରି ଯାଞ୍ଚ କରାଯିବା ପରେ ସେଥିରୁ ୫୦ କିଲୋ ଗଞ୍ଜେଇ ଜବତ କରାଯିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା I ଏ ନେଇ ପୋଲିସ ଗଞ୍ଜେଇ କାରବାରକୁ ନେଇ ଅଧିକ ଅନୁସନ୍ଧାନ ଜାରି ରଖିଥିବା ବେଳେ ଗିରଫ ଅଭିଯୁକ୍ତର ଅନ୍ୟ ଦୁଇ ସହଯୋଗୀଙ୍କୁ ମାଲକାନଗିରି ବସଷ୍ଟାଣ୍ଡରୁ ଗିରଫ କରାଯାଇଥିଲା l ପୋଲିସ ସେମାନଙ୍କୁ ଥାନାକୁ ନେଇ ଯାଞ୍ଚ କରୁଥିବା ସମୟରେ ଲାଇଟ ବାଦାମୀ ରଙ୍ଗର ଛୋଟ ପଲିଥିନରେ ପ୍ୟାକିଂ ହୋଇଥବା କିଛି ପାଉଡର ପ୍ୟାକେଟ ପୋଲିସ ହାତରେ ଲାଗିଥିଲା l ଏହା ପରେ ପୁଣି ଏକ କାର ଜବତ କରାଯାଇଥିଲା ଯେଉଁଥିରୁ କିଛି ଗାଡ଼ି କାଗଜ ପତ୍ର ସହିତ ଧଳା ବାଦାମୀ ରଙ୍ଗର ପାଉଡର ଜବତ କରାଯାଇଥିଲା ପରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି l ପଚରାଉଚରା ଶହ ପ୍ରାଥମିକ ତଦନ୍ତରୁ ସେହି ପାଉଡର ବ୍ରାଉନ ସୁଗାର ବୋଲି ଏଏସପି ସୂଚନା ଦେଇଛନ୍ତି l ଦୁଇଟି ସ୍ଥାନରୁ ମୋଟ ୧.୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇ ଥିବା ପୋଲିସ ପକ୍ଷରୁ ସୁଚନା ମିଳିଛି l ଅଭିଯୁକ୍ତ ମାନେ ଏହି ବ୍ରାଉନ ସୁଗାର ଗୁଡିକ ବ୍ୟବସାୟ ଉଦ୍ଦେଷ୍ୟରେ ସାମ୍ପଲ ଭାବରେ ବ୍ୟବହାର କରିବା ପାଇଁ ଆଣିଥିବା ପୋଲିସ ନିକଟରେ ସ୍ଵୀକାର କରିଥିଲା l ତଦନ୍ତ ବେଳେ ଅନ୍ୟ ଏକ ସହଯୋଗୀ ଅଭିଯୁକ୍ତକୁ ଏମ.ଭି. ୬୬ ଗ୍ରାମରୁ ଗିରଫ କରାଯାଇଛି I ଏ ନେଇ ପୋଲିସ ଏକ ଏନଡ଼ିପିଏସ ମାମଲା ରୁଜୁ କରି ସମସ୍ତ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି l ଅଧିକ ତଦନ୍ତ ପାଇଁ କୋର୍ଟରୁ ଅଭିଯୁକ୍ତ ଙ୍କୁ ପୋଲିସ ରିମାଣ୍ଡରେ ଆଣି ଅଧିକ ପଚରା ଉଚରା ଜାରି ରଖିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ମହାରାଷ୍ଟ୍ର ପୁନେ ଚକନ ଅଞ୍ଚଳର ୟଶ ଗଇକୱାର୍ଡ(୨୫), ୟୁବରାଜ ଶାମମାନେ (୪୦) ,କାଲିମେଳା ଏମ.ଭି. ୬୬ ଗ୍ରାମର ଶଙ୍କର ବୈଷ୍ଣବ (୩୩), କର୍ଣ୍ଣାଟକ ରାଜ୍ୟର ସତୀଶ ଦିଲୀପ ବର୍ମା, (୨୬) ଏବଂ ରାହୁଲ କେଶବା ବୋଲି ଜଣାପଡିଛି l ଏହି ଘଟଣାରେ କାଲିମେଳା ଥାନା ଏସଆଇ ନରେନ୍ଦ୍ର ପ୍ରସାଦ ଭତ୍ରା ଏହି ଘଟଣାର ତଦନ୍ତ ଦାୟିତର ଭାର ନେଇଥିବା ଜଣାପଡିଛି l ତେବେ ମାଲକାନଗିରି ଜିଲ୍ଲାରୁ ପ୍ରଥମ ଥର ପାଇଁ ବ୍ରାଉନସୁଗାର ଜବତ ହେବା ପରେ ପୋଲିସ ସକ୍ରିୟ ହୋଇ ଉଠିଛି l ଏସପିଙ୍କ ନେତୃତ୍ଵରେ ଅଧିକ ଖୋଳତାଡ଼ ସହ ସନ୍ଦେହୀ ଲୋକଙ୍କ ଉପରେ ପୋଲିସ ଅଧିକ ନଜର ରଖିବ ବୋଲ ପ୍ରେସ ନୋଟ ମାଧ୍ୟମରେ ଶ୍ରୀ ଗୋୟେଲ କହିଛନ୍ତି ।

Leave A Reply

Your email address will not be published.