ବିଡିଓଙ୍କ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ ଏକ ଅଭିନବ ପ୍ରୟାସ

ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ଓ ଜନ କଲ୍ୟାଣ ଯୋଜନା ଗୁଡିକ ହିତାଧିକାରୀଙ୍କ ହାତ ପାହାନ୍ତରେ ପହଞ୍ଚାଇବାର ମୂଳ ଲକ୍ଷ୍ୟ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଓ ମାଓ ପ୍ରବଣ ଅଞ୍ଚଳ ପାଇଁ ସରକାର ବିଭିନ୍ନ ଯୋଜନା ଗୁଡିକ ପ୍ରଣୟନ କରୁଛନ୍ତି। ଏହା ସହ ଗ୍ରାମାଞ୍ଚଳ ଓ ପଞ୍ଚାୟତସ୍ତରରେ ଯେଉଁ ମୌଳିକ ସମସ୍ୟା ଗୁଡ଼ିକ ରହିଛି ଏହାର ସମାଧାନ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତକରଣର ବିଭିନ୍ନ ଜନ କଲ୍ୟାଣ ଯୋଜନା ଗୁଡିକର ସଫଳ କରିବା ପାଇଁ ପ୍ରୟାସ ଜାରି ରହିଛି। ଏଥିପାଇଁ ମାଲକାନଗିରି ବିଡିଓ ପ୍ରଭାତୀ ଝଡ଼ିଆ ଗ୍ରାମାଞ୍ଚଳ ଓ ପଞ୍ଚାୟତସ୍ତରରେ ଯେ କୌଣସି ମୌଳିକ ସମସ୍ୟା ଓ ଅଭିଯୋଗ ଶୁଣିବା ଓ ଏହାର ତୁରନ୍ତ ସମାଧାନ ପାଇଁ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ପ୍ରଥମ କରି ମାଲକାନଗିରି ବ୍ଲକର ମାଟାପାକା ଗ୍ରାମ ପଞ୍ଚାୟତରୁ ଆରମ୍ଭ କରିଛନ୍ତି। ପୂର୍ବରୁ ବ୍ଲକସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ କରାଯାଇଥିଲା କିନ୍ତୁ ଜିଲ୍ଲାରେ ପ୍ରଥମ କରି ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ମାଲକାନଗିରି ବିଡିଓ ପ୍ରଭାତୀ ଝଡ଼ିଆ ଆରମ୍ଭ କରିଛନ୍ତି। ଏହି ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣିରେ ଜିଲ୍ଲାରେ ଥିବା ପ୍ରତ୍ୟେକ ବିଭାଗ ଶିକ୍ଷା, ସ୍ବାସ୍ଥ୍ୟ, ତହସିଲ, ଓ ଏଲ ଏମ, ମିଶନ ଶକ୍ତି, ବିଦ୍ୟୁତ୍, ଆଇ ସି ଡି ଏସ, ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ମାଟାପାକା ପଞ୍ଚାୟତର ବିଭିନ୍ନ ଗ୍ରାମର ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ମାନେ ନିଜ ନିଜର ସମସ୍ୟା ଓ ଅଭିଯୋଗ ନେଇ ଉକ୍ତ ଶିବିରକୁ ଆସିଥିଲେ ଏବଂ ଏହାର ତୁରନ୍ତ ସମାଧାନ ପାଇଁ ବିଭାଗିୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ଯେଉଁ ଜନ କଲ୍ୟାଣ ଯୋଜନା ଗୁଡିକ ଏମ ଜି ଏନ ଆର୍ ଜି ଏ, ପାନୀୟ ଜଳ, ରାସ୍ତା ଘାଟ ନିର୍ମାଣ, ସାଧାରଣ ବଣ୍ଟନ, ମୋ ଘର, ଆବାସିକ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ବିଦ୍ୟୁତ୍ ସେବା, ସ୍ବାସ୍ଥ୍ୟ ସେବା ଗୁଡିକ କିପରି ହିତାଧିକାରୀଙ୍କ ହାତ ପାହାନ୍ତରେ ପାଇ ପାରିବେ ମାଲକାନଗିରି ବିଡିଓଙ୍କ ଏହା ଏକ ଅଭିନବ ପ୍ରୟାସ । ଏହା ୧୯ଟି ପଞ୍ଚାୟତରେ ଆଗାମୀ ଦିନରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି । ଅଭିଯୋଗ ଶୁଣାଣୀର ତୁରନ୍ତ ସମାଧାନ ଓ ନିଜ ପାଖରେ ବିଡିଓ ଙ୍କୁ ପାଇ ପଞ୍ଚାୟତବାସୀଙ୍କ ଖୁସିର ଲହରୀ ଖେଳିଯାଇଛି। ଏହି ଅବସରରେ ମାଟାପାକା ପଞ୍ଚାୟତ ସରପଞ୍ଚ ବିନାୟକ ପୋଡ଼ିଆମୀ, ସମିତି ସଭ୍ୟ ଶାନ୍ତି ମାଡକାମି, ସହକାରୀ ଯନ୍ତ୍ରୀ ଅଭିଜିତ ସେଠୀ, କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ସାମନ୍ତରାୟ ଓ ପଞ୍ଚାୟତ ୱାର୍ଡ ମେମ୍ବର, ଜନ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.