ସୀମାନ୍ତରେ ବିଜେପି ନେତାଙ୍କୁ ଅପହରଣ କରିନେଇ ନିସ୍ତୁକ ମାଡ ମାରିଲେ ମାଓବାଦୀ

ମାଲକାନଗିରି, ୨୨।୮: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବୀଜାପୁର ଅଞ୍ଚଳରେ ବିଜେପି ନେତାଙ୍କୁ ଅପହରଣ କରି ନେଇ ନିସ୍ତୁକ୍ତ ମାଡ ମାରିବା ସହ ଗୁରୁତର ଅବସ୍ତାରେ ଛାଡିଲେ ମାଓବାଦୀ । ସୂଚନା ଅନୁଯାୟୀ ବିଜେପିର ଯୁବ ମୋର୍ଚ୍ଚା କର୍ମକର୍ତ୍ତା ତଥା ପୂର୍ବତନ ସରପଞ୍ଚ ମହେଶ ଗୋଟାଙ୍କ ସମତ୍ତେ ପ୍ରାୟ ୩୦ରୁ ଊର୍ଦ୍ଧ୍ଵ ଗ୍ରାମବାସୀଙ୍କୁ ଚିକଟରାଜ ଅଞ୍ଚଳରୁ ମାଓବାଦୀ ମାନେ ବନ୍ଧୁକ ମୁନରେ ଅପହରଣ କରି ନେଇଥିଲେ । ତେବେ ଜଙ୍ଗଲ ମଧ୍ୟରେ ମାଓବାଦୀ ମାନେ ମହେଶଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଛାଡି ଦେଇଥିବା ବେଳେ ମହେଶଙ୍କୁ ନିସ୍ତୁକ ମାଡ ମାରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ତାଙ୍କୁ ଗୁରୁତର ଅବସ୍ତାରେ ସୋମାନପଲ୍ଲି ନିକଟରେ ଛାଡି ଦେଇ ଚାଲି ଯାଇଥିଲେ ମାଓବାଦୀ । ଯେଉଁଠାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ତେବେ ମହେଶଙ୍କ ଅବସ୍ତା ସଙ୍କଟାପନ୍ନ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.