ପୁଅ ମୃତ୍ୟୁ ପରେ ମା ସଂଜ୍ଞାହୀନ

କଟକ, (ନୃସିଂହ ଚରଣ ଦାସ ): ଦୁଇ ଦିନ ତଳେ କେନାଲରେ ପଡ଼ି ପୁଅର ମୃତ୍ୟୁ ହୋଇଥିଲା । ଆଉ ଏହି ଦୁଃଖକୁ ସହିପାରିଲେନି ମା । ବାରମ୍ବାର ସଂଜ୍ଞାହୀନ ହେବାରୁ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । କିନ୍ତୁ ଏଯାବତ ତାଙ୍କର ସ୍ଥିତି ସ୍ଵାଭାବିକ ହୋଇନି। ଏଭଳି ଘଟଣା ଘଟିଛି ସାଲେପୁର ବ୍ଲକ ଅଧୀନ ପିକୋଳ ପଞ୍ଚାୟତର ଚମାରୀଗୋଳ ଗାଆଁରେ । ଗାଁର କ୍ଷିତୀଶ ଓଝାଙ୍କ ଚାରି ବର୍ଷର ଶିଶୁ ପୁତ୍ର ତାପସ ୬ ନମ୍ବର କେନାଲରେ ପଡି ପ୍ରାଣ ହରାଇଥିଲା l ଏଥିରେ ଅତି ମର୍ମାହତ ହୋଇ ତାଙ୍କ ମା କିରଣ ଓଝା ସଂଜ୍ଞାହୀନ ହେବାରୁ ତାଙ୍କୁ ସାଲେପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଏହି ଖବର ପାଇ ସାଲେପୁର ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ତାଙ୍କ ମା କିରଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ଆର୍ଥିକ ସହାୟତାର ହାତ ବଢ଼ାଇଲେ ଟାଙ୍ଗୀ-ସାଲେପୁରର ଲୋକପ୍ରିୟ ବିଜେଡି ନେତା ହିମାଂଶୁ ମହାନ୍ତି । ଅନ୍ୟପଟେ ପୁଅର ମୃତ୍ୟୁ ପାଇଁ ଅଙ୍ଗନୱାଡ଼ି ଦିଦି ଓ ସହାୟିକ ଦାୟୀ ବୋଲି ପରିବାର ପକ୍ଷରୁ କୁହାଯାଉଛି।

Leave A Reply

Your email address will not be published.