ଜିଲ୍ଲାସ୍ତରୀୟ ଆଇନ ଶିକ୍ଷା ଉତ୍ସବ ପାଳନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ରବିବାର ଦିନ ଏକ ଆଇନ ଶିକ୍ଷା ଉତ୍ସବ ପାଳନ ହୋଇଯାଇଛି। ଉକ୍ତ ଉତ୍ସବରେ ଜିଲ୍ଲା ବିଚାରପତି ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା ଅଯନ୍ତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ତାଙ୍କ ସହ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦ ବର ପ୍ରଧାନ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ସତ୍ୟ ପ୍ରିୟ ଦାସ, ବରିଷ୍ଠ ବିଚାରପତି ବିଜୟ କୁମାର ଦାସ, ବରିଷ୍ଠ ବିଚାରପତି ବବିତା ଦାସ, ଉପଖଣ୍ଡିୟ ସ୍ତରୀୟ ଦଣ୍ଡଧିକାରୀ ରୁଦ୍ର ପ୍ରକାଶ ନାୟକ, ଗ୍ରାମ ନ୍ୟାୟ ଅଧିକାରୀ ଦେବେନ୍ଦ୍ର ନାଥ ବାଘ, ଜିଲ୍ଲା ଓକିଲ ସଂଘ ସଭାପତି ଲମ୍ବୋଧର ତୁରୁକୁ, ଜିଲା ଓକିଲ ସଂଘ ସମ୍ପାଦକ ନୃସିଂହ ଚରଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଥିବା ଆଇନ ଶିକ୍ଷା କ୍ଲବ ଗୁଡ଼ିକର ଶିକ୍ଷାର୍ଥୀ ମାନଙ୍କୁ ନେଇ ସ୍କିଟ, ଚିତ୍ରାଙ୍କନ, ତର୍କ ଓ ରଚନା ମାଧ୍ୟମରେ ଆଇନ ସଚେତନତା କରାଇବା। ଏଥିରେ ଜିଲ୍ଲାର ୧୩ଟି ବିଦ୍ୟାଳୟ ଛାତ୍ରୀ ଓ ଛାତ୍ର ଭାଗ ନେଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଅତି ସୁନ୍ଦର ଭାବରେ ସ୍କିଟ ପ୍ରତିଯୋଗିତାରେ ଭାଗ ନେଇ ନାଟକ ମାଧ୍ୟମରେ ସମାଜରେ ଚାଲିଥିବାକୁ ପ୍ରଥା, ବାଲ୍ୟ ବିବାହ, ଘରୋଇ ହିଂସା, ବରିଷ୍ଠ ନାଗରିକ ଆଇନ, ଯୌତୁକ ପ୍ରଥା ଇତ୍ୟାଦି ସଚେତନତା ମୂଳକ ପରିବେଷଣ କରିଥିଲେ।ମାନ୍ୟବର ଜିଲ୍ଲା ନ୍ୟାୟାଧୀଶ ସମସ୍ତ ଛାତ୍ରୀ ଛାତ୍ରଙ୍କୁ ବିଭିନ୍ନ ଉପଦେଶ ପ୍ରଦାନ କରି ସୁ ନାଗରିକ ହୋଇ ଜିଲ୍ଲାର ତଥା ପିତା ମାତା ଗୁରୁଜନ ମାନଙ୍କ ଟେକ ରଖିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଥିବା କୃତି ଛାତ୍ରୀ ଛାତ୍ର ମାନଙ୍କୁ ଅତିଥି ମାନେ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଚିଫ ଡିଫେନ୍ସ କାଉନସେଲ ଓକିଲ ଅଶୋକ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ସହ ଶେଷରେ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.