ୱିଇ କେନ୍ ଗ୍ରୁଫ ସାମାଜିକ ସଂଗଠନର ସଫେଇ କାର୍ଯ୍ୟକ୍ରମ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ୱିଇ କେନ୍ ଗ୍ରୁଫ୍ ସାମାଜିକ ସଂଗଠନ ପକ୍ଷରୁ ଆଜି ସଦର ମହକୁମା ସ୍ଥିତ ମଲ୍ଲିକେଶ୍ୱର ପାହାଡ ନିକଟସ୍ଥ ଶୈବ ପୀଠ ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ମନ୍ଦିରରେ ଭୋଗ ସରିଲା ପରେ ପରିସରରେ ପଲିଥିନ, ପ୍ଲାଷ୍ଟିକ ବୋତଲ ଗୁଡ଼ିକ ଫୋଫାଡ଼ି ଦେଇ ଚାଲିଯାଆନ୍ତି । ଆଜି ୱିଇ କେନ୍ ଗ୍ରୁପର ସଦସ୍ୟ ମାନେ ମନ୍ଦିର ପରିସର ଏବଂ ପାହାଡକୁ ଚଢିବା ପାଇଁ ପାହାଚ ଗୁଡ଼ିକ ନିକଟରେ ଥିବା ଓଳିଆ, ଆବର୍ଜନା, ପଲିଥିନ, ପ୍ଲାଷ୍ଟିକ ବୋତଲ ଇତ୍ୟାଦି ଗୁଡ଼ିକ ସଫେଇ ଠେଲା ଗାଡ଼ିରେ ଭରି ପୌର ପରିଷଦ ଚିହ୍ନଟ କରିଥିବା ଓଳିଆ ପକେଇବା ସ୍ଥାନକୁ ନେଇ ମାଟିରେ ପୋତି ଦିଆଯାଇଥିଲା ।ମଲ୍ଲିକେଶ୍ୱର ମନ୍ଦିର ପରିସର ସଫା କରିବା ପରେ ବ୍ଲିଚିଗ ପାଉଡର ମଧ୍ୟ ପକାଯାଇଥିଲ। ୱିଇ କେନ୍ ଗ୍ରୁପର ଏହି ସଫେଇ କାର୍ଯ୍ୟ କରିବା ଫଳରେ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନାକୁ ସଫଳ କରିବାରେ ପ୍ରେରଣା ଓ ପରିବେଶ ସୁରକ୍ଷା ବାର୍ତା ଯିବା ଫଳରେ ସୁସ୍ଥ ସମାଜ ଗଠନ ହେଲେ ଦେଶରେ ପ୍ରଗତି ହେବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ମଧ୍ୟ କୋରାନ କାଳରେ ମଧ୍ୟ ସଙ୍ଗଠନ ପକ୍ଷରୁ ଲୋକଙ୍କୁ ସଚେତନତା, ସହାୟତା କରାଯାଇଥିଲା। ଏହି ସଙ୍ଗଠନ ପକ୍ଷରୁ ଶୀତ ଦିନରେ ଗରିବଙ୍କୁ ଶୀତ ବସ୍ତ୍ର, ପୋଷାକ, କମ୍ବଳ ଆଦି ପ୍ରଦାନ କରିଥାନ୍ତି। ବିଭିନ୍ନ ସମୟରେ ଏହି ସଙ୍ଗଠନ ଗରିବ ଆଦିବାସୀଙ୍କୁ ସହାୟତାର ହାତ ବଢାଇ ଥାଆନ୍ତି। ଏହି ଅବସରରେ ପୂର୍ବତନ ବିଧାୟକ ମାନସ ମାଡକାମି ମଧ୍ୟ ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ, ଗୋପାଳ କୃଷ୍ଣ ପଣ୍ଡା, ସମାଜସେବୀ ଜି ଶ୍ରୀନିବାସ ରାଓ, ଅମରେଶ ମାହୁନ୍ତ, ସୁଧୀର କୁମାର ଜେନା, ତନ୍ମୟ କୁମାର ସାମଲ, ପ୍ରକାଶ ପଟ୍ଟନାୟକ, ଜଗବନ୍ଧୁ ପୋଡ଼ିଆରି, ଆକାଶ କୁମାର ପ୍ରଧାନ, ରାମ କୃଷ୍ଣ ଭଞ୍ଜ, ଅମରେନ୍ଦ୍ର ଦାସ, ସୁନିଲ ସୋମାନି, ମୁକେଶ ମାଝୀ, ଭବାନୀ ପାଟଲି ପ୍ରମୁଖ ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.