ହାଇକୋର୍ଟର ପୋର୍ଟ, ପଲିଓ ବିଚାରପତିଙ୍କୁ ଭେଟିଲେ କୋଟପାଡ଼ ଓକିଲ ସଂଘ

କୋଟପାଡ଼: କୋଟପାଡ଼ ଓକିଲ ସଂଘର ଏକ ପ୍ରତିନିଧି ଦଳ ସଂଘର ସଭାପତି ମଣି ପ୍ରସାଦ ପଟ୍ଟନାୟକଙ୍କ ନେତୃତ୍ୱରେ ପୂର୍ବତନ ସଭାପତି ପଙ୍କଜ କୁମାର ପାତ୍ର, ସମ୍ପାଦକ ଶଙ୍କର ପଣ୍ଡା, ମୁକ୍ତେଶ୍ଵର ନାୟକ, ଲିଙ୍ଗରାଜ ନାୟକ, ସଂଗ୍ରାମ ଜେନା, ଜଗଦିଶ ଚନ୍ଦ୍ର ହୋତା, ସରକାରୀ ଓକିଲ କିଶୋର ମିଶ୍ର, ପ୍ରମୁଖ ବିଚାରପତି ଡକ୍ଟର ସଞ୍ଜୀବ ପାଣିଗ୍ରାହୀଙ୍କୁ ଦାବି ପ୍ରଦାନ କରିଥିଲେ । କୋଟପାଡ଼ରେ ଏଏସଜେ କୋର୍ଟ ସହ ସିଭିଲ କୋର୍ଟ ପ୍ରତିଷ୍ଠା ଏବଂ କୋଟପାଡ଼ ଓକିଲ ସଂଘର ବାର କକ୍ଷ ନିର୍ମାଣ ପାଇଁ ଅନୁରୋଧ କରାଯାଇଥିଲା ଏବଂ ଏହା ସକରାତ୍ମକ ଯାତ୍ରା ଥିଲା ଏହି ନ୍ୟାର୍ଯ୍ୟ ଦାବିକୁ ବିଚାରପତି ଗ୍ରହଣ କରି ଏହା ଯେତେ ଶୀଘ୍ର ହୋଇପାରିବ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Leave A Reply

Your email address will not be published.