ବିଡିଓଙ୍କ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ

ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ଓ ଜନ କଲ୍ୟାଣ ଯୋଜନା ଗୁଡିକ ହିତାଧିକାରୀଙ୍କ ହାତ ପାହାନ୍ତରେ ପହଞ୍ଚାଇବାର ମୂଳ ଲକ୍ଷ୍ୟ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଓ ମାଓ ପ୍ରବଣ ଅଞ୍ଚଳ ପାଇଁ ସରକାର ବିଭିନ୍ନ ଯୋଜନା ଗୁଡିକ ପ୍ରଣୟନ କରୁଛନ୍ତି। ଏହା ସହ ଗ୍ରାମାଞ୍ଚଳ ଓ ପଞ୍ଚାୟତସ୍ତରରେ ଯେଉଁ ମୌଳିକ ସମସ୍ୟା ଗୁଡ଼ିକ ରହିଛି ଏହାର ସମାଧାନ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ୍ କରଣର ବିଭିନ୍ନ ଜନ କଲ୍ୟାଣ ଯୋଜନା ଗୁଡିକର ସଫଳ କରିବା ପାଇଁ ପ୍ରୟାସ ଜାରି ରହିଛି। ଏଥିପାଇଁ ମାଲକାନଗିରି ବିଡିଓ ପ୍ରଭାତୀ ଝଡ଼ିଆ ଗ୍ରାମାଞ୍ଚଳ ଓ ପଞ୍ଚାୟତସ୍ତରରେ ଯେଉଁ କୌଣସି ମୌଳିକ ସମସ୍ୟା ଓ ଅଭିଯୋଗ ଶୁଣିବା ଓ ଏହାର ତୁରନ୍ତ ସମାଧାନ ପାଇଁ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଆଜି ମାଲକାନଗିରି ବ୍ଲକର ସୀମାନ୍ତ ତଣ୍ଡକି ଗ୍ରାମ ପଞ୍ଚାୟତ କରାଯାଇଥିଲା । ଏହି ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀରେ ପ୍ରତ୍ୟେକ ବିଭାଗ ଶିକ୍ଷା, ସ୍ବାସ୍ଥ୍ୟ, ତହସିଲ, ଓ ଏଲ ଏମ, ମିଶନ ଶକ୍ତି, ବିଦ୍ୟୁତ୍ ,ଆଇ ସି ଡି ଏସ, ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ତଣ୍ଡକି ପଞ୍ଚାୟତର ବିଭିନ୍ନ ଗ୍ରାମ ଦାମାଗୁଡା, ଟିଟଙ୍ଗ, ଚିଡିପାଲି, ତେନ୍ତୁଳିଗୁଡା, ବାହଲ ଗୁଡା, ବୁର୍ଦୀ ଗ୍ରାମର ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ମାନେ ନିଜ ନିଜର ସମସ୍ୟା ଓ ଅଭିଯୋଗ ନେଇ ଉକ୍ତ ଶିବିରକୁ ଆସିଥିଲେ ଏବଂ ଏହାର ତୁରନ୍ତ ସମାଧାନ ପାଇଁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ଯେଉଁ ଜନ କଲ୍ୟାଣ ଯୋଜନା ଗୁଡିକ ଏମ ଜି ଏନ ଆର୍ ଜି ଏ, ପାନୀୟ ଜଳ, ରାସ୍ତା ଘାଟ ନିର୍ମାଣ, ସାଧାରଣ ବଣ୍ଟନ, ମୋ ଘର, ଆବାସିକ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ବିଦ୍ୟୁତ୍ ସେବା, ସ୍ବାସ୍ଥ୍ୟ ସେବା ଗୁଡିକ କିପରି ହିତାଧିକାରୀଙ୍କ ହାତ ପାହାନ୍ତରେ ପାଇ ପାରିବେ ମାଲକାନଗିରି ବିଡିଓଙ୍କ ଏହା ଏକ ଅଭିନବ ପ୍ରୟାସ । ଅଭିଯୋଗ ଶୁଣାଣୀର ତୁରନ୍ତ ସମାଧାନ ଓ ନିଜ ପାଖରେ ବିଡିଓଙ୍କୁ ପାଇ ପଞ୍ଚାୟତବାସୀଙ୍କ ଖୁସିର ଲହରୀ ଖେଳିଯାଇଛି। ଏହି ଅବସରରେ ଜିପିଓ ଶଙ୍କର୍ଷଣ ଖଣ୍ଡୁ ଆଳ, ସହକାରୀ ଯନ୍ତ୍ରୀ ଅଭିଜିତ ସେଠୀ, ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡକାମି, ତଣ୍ଡକି ପଞ୍ଚାୟତ ସରପଞ୍ଚ ବାବୁଲା ପୋଡିଆମି, ସମିତି ସଭ୍ୟ ଆଇତା ମାଡକାମି ଓ ପଞ୍ଚାୟତ ୱାର୍ଡ ମେମ୍ବର, ଜନ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.