ପୁଣି ଜିଲ୍ଲାରେ ୧୨ ଦଫା ଦାବିକୁ ନେଇ ବିକ୍ଷୋଭ ରାଲି ସହ ଗର୍ଜିଲେ ସରପଞ୍ଚ ସଙ୍ଘ

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମାର ବ୍ଲକ ପଡିଆରେ ଜିଲ୍ଲା ସରପଞ୍ଚ ସଙ୍ଘ ଏକତ୍ରିତ ହୋଇଥିଲେ। ୧୨ ଦଫା ଦାବିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲାପାଳଙ୍କୁ ଦେବା ପାଇଁ ଏଜ ରାଲିରେ ଜିଲାପାଳ କାର୍ଯ୍ୟାଳୟକୁ ଯାଇଥିଲେ। ଜିଲ୍ଲାର ସମସ୍ତ ସରପଞ୍ଚ ଯୋଗ ଦେଇ ବିକ୍ଷୋଭ କରିଥିଲେ। ପରେ ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀଙ୍କୁ ଦାବି ପତ୍ର ଦେଇଥିଲେ। ସେମାନେ ପୂର୍ବରୁ ଦାବି ପତ୍ର ଦେଇଥିଲେ ବି କୋଣସି ପଦକ୍ଷେପ ରାଜ୍ୟ ସରକାର ନେଇ ନ ଥିବାରୁ ପୁର୍ନବାର ଦେଇଛନ୍ତି। ଯଦି ନ ହୁଏ ତେବେ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ସରପଞ୍ଚ କଲମ ଛାଡ଼ କରି କାମ କରିବେ ନାହିଁ ସିଧା ସିଧା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.