ଚିତ୍ରକୋଣ୍ଡା ବ୍ଲକ ସମିତି ସଂଘର ବୈଠକ ଅନୁଷ୍ଠିତ

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବ୍ଲକ ସମିତି ସଂଘର ବୈଠକ ଆଜି ଚିତ୍ରକୋଣ୍ଡା ଡ୍ୟାମ ପାର୍କରେ ଅନୁଷ୍ଠିତ ହୋଇଥିଲା। ସେଥିରେ ୧୮ଟି ପଞ୍ଚାୟତର ସମିତି ଯୋଗ ଦେଇଥିଲେ । ଏହି ବୈଠକରେ ନିଷ୍ପତ୍ତି ନିଆଗଲା ରାଜ୍ୟ ସମିତି ସଂଘକୁ କିପରି ପାଣ୍ଟି ଯୋଗାଇ ଦିଆଯିବ। ପଞ୍ଚାୟତ ସମିତିରେ ଆଜି ପର୍ଯ୍ୟନ୍ତ କାହିଁକି ସମିତି ପାଣ୍ଠି ବିଷୟରେ ଆଲୋଚନା କରାଯାଉ ନାହିଁ। ବ୍ଲକ ଜେଇ ମନେ କାହିଁକି ସମିତି ସଭ୍ୟର ଅଜାଣତରେ ପଞ୍ଚାୟତ ସମିତିର ଉନ୍ନୟନ କାର୍ଯ୍ୟକୁ ମନମୁଖୀ ଭାବେ କରୁଛନ୍ତି। ସମିତି ବୈଠକ ଠିକରେ ହେଇ ପାରୁନାହିଁ। ଆଜକୁ ବର୍ଷେ 6ମାସ ବିତି ଯାଇଥିଲେ ସୁଦ୍ଧା ବ୍ଲକ ଷ୍ଟାଣ୍ଡିଙ୍ଗ କମିଟି କରାଯାଇ ନାହିଁ। ଏହି ସବୁ ବିଷୟ ଆଲୋଚନା କରି ଆସନ୍ତା ୦୬.୦୯.୨୦୨୩ ତାରିଖ ଦିନ ବ୍ଲକ ବିଡିଓଙ୍କୁ ଦେଖା କରିବାକୁ ନିଷ୍ପତି ନିଆଯାଇଛି। ଏହି ମିଟିଙ୍ଗକୁ ଚିତ୍ରକୋଣ୍ଡା ବ୍ଲକ ଉପାଧ୍ୟକ୍ଷ ପଦ୍ମନାଭ ଦାମୀ ଓ ସମିତି ସଭାପତି ରାଜକମଲ ପୁରୋହିତ ପରିଚଳନା କରିଥିଲେ।

Leave A Reply

Your email address will not be published.