ଜିଲ୍ଲାସ୍ତରୀୟ ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ଦିବସ ପାଳିତ

ମାଲକାନଗିରି: ମାଲକାନଗିରି ମହାବିଦ୍ୟାଳୟ ସଭା ଗୃହ ଠାରେ ଜିଲ୍ଲାସ୍ତରୀୟ ଏକ ତର୍କ ପ୍ରତିଯୋଗିତା ଅଧକ୍ଷ ଲିଙ୍ଗରାଜ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠୀ ଯୋଗଦାନ କରି ଆଜିର ଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ତଥା ସମ୍ପାଦକ ରଞ୍ଜନ କୁମାର ସ୍ୱାଇଁ ମୁଖ୍ୟ ବକ୍ତା ରୂପେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷା ସମ୍ୱନ୍ଧରେ ଆଲୋକପାତ କରି ଜଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ ଓ ଅନ୍ୟାନ୍ୟ ଆବର୍ଜନାକୁ ପୋଡି ଧୂଆଁ ସୃଷ୍ଟି କରନ୍ତୁ ନାହିଁ। ଅଳ୍ପଦୁର ଯାତ୍ରା ପାଇଁ ମୋଟର ଯାନ ବ୍ୟବହାର ବଦଳରେ ପାଦରେ ଚାଲିବା କିମ୍ବା ସାଇକେଲ ବ୍ୟବହାର କରିବା ପରିବେଶ ପାଇଁ ସୁରକ୍ଷା ବୋଲି ମତ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆୟୋଜନ କରିଥିବା ବେଳେ ବିଚାରକ ମଣ୍ଡଳୀ ଭାବେ ନମିତା ଦଣ୍ଡସେନା, ଜିମୁତ ନାୟକ, ସୁଶାନ୍ତ ମାଝୀ ଓ ତପନ ବେହେରା ଯୋଗ ଦେଇଥିଲେ। ଏହି ଅବସରରେ ମହାବିଦ୍ୟାଳୟସ୍ତରର ଛାତ୍ରଛାତ୍ରୀ ମାନେ ୫୦ରୁ ଉର୍ଦ୍ଧ୍ବ ସକ୍ରିୟ ଅଂଶଗ୍ରହଣ କରି ଆୟୋଜନ କରିବା ସହ ମତ ପ୍ରଦାନ କରିଥିଲେ। ତର୍କ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଆଦର୍ଶ ବିଦ୍ୟାଳୟର ଶୁଭଲଷ୍ମୀ ନାୟକ, ମାଲକାନଗିରି ମହାବିଦ୍ୟାଳୟର ଆକାଶ ପଡ଼ିଆମୀ ଓ ଘଡେଇ ଆବାସିକ ମହାବିଦ୍ୟାଳୟର ରୁପା ସ୍ବାଇଁ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପରିଚାଳକ ଶିବ ସୁନ୍ଦର ପାଣିଗ୍ରାହୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.