କଟକ, (ନୃସିଂହ ଚରଣ ଦାସ): ଜଗତପୁରରୁ କେନ୍ଦ୍ରାପଡ଼ା ରାସ୍ତାର ସାଲେପୁର ଖରାଖିଆ ଛକ ଠାରେ ରାସ୍ତାରୋକ । ଲୋକମାନେ ବାଉଁଶ ପକେଇ ଟାୟାର ଜାଳି ରାସ୍ତାରେକ କରିଥିଲେ l ସାଲେପୁର କେନ୍ଦ୍ରାପଡା କେନାଲରୁ ବାହାରି ଥିବା ଖରାଖିଆ କେନାଲର ସିଘଂମାପୁର ଠାରେ ଗତ ଦୁଇ ଦିନ ତଳେ ପ୍ରମୋଦ କୁମାର ଦେଉରି ଯାଆଁଳିଆ ଗାଁର ବୁଡି ମରିଥିଲେ । ଜଗତପୁର ପୋଲିସ ଶବକୁ ଜବତ କରି ପୋଷ୍ଟମଟମ ପାଇଁ ପଠେଇଥିଲେ l ମୃତ ପ୍ରମୋଦକୁ ହତ୍ୟା କରାଯାଇଥିବା ଘରଲୋକ ଅଭିଯୋଗ କରି ଦୋଷୀକୁ ଦଣ୍ଡ ଓ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ ହୋଇଥିଲା l ଘଟଣାସ୍ଥଳରେ ଜଗତପୁର ଆଇଆଇସି ରବିନ୍ଦ୍ର ମେହେର ବୁଝାସୁଝା ପରେ ବି ଘଟଣାସ୍ଥଳରେ ଉତେଜନା ଲାଗିରହିଥିଲା l ଘଟଣା ସ୍ଥଳରେ ଏସିପି ପହଂଚି ମୃତ ପରିବାରର ଲୋକଙ୍କୁ ବୁଝାସୁଝା କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା।
Sign in
Sign in
Recover your password.
A password will be e-mailed to you.
Prev Post