ମାଲକାନଗିରି: ମାଲକାନଗିରି ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ଆଡମା ରାବା ଆଜି ପାଣ୍ଡରିପାଣି ଗସ୍ତରେ ଯାଇ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅନ୍ତର୍ଭୂକ୍ତ ବିଭିନ୍ନ ନିର୍ମାାଧୀନ ହାଟ ପିଣ୍ଡି ସମ୍ପର୍କରେ ସମୀକ୍ଷା କରିଥିଲେ ଏହି ଗସ୍ତରେ ବିଭାଗର ଡିପିସି ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲାରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଆଦିବାସୀ ଅଞ୍ଚଳର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ହାତକୁ ନେଇଥିବା ବେଳେ ଲୋକଙ୍କ ସ୍ଵାର୍ଥ ଦୃଷ୍ଟିରୁ ବିଭିନ୍ନ ଆବଶ୍ୟକୀୟ ପଦକ୍ଷେପ ମାନ ଗ୍ରହଣ କରାଯାଉଅଛି। ମାଲକାନଗିରି ବ୍ଲକ ଅନ୍ତର୍ଗତ ମାର୍କାପଲ୍ଲୀ ଓ ଗୋଟିଯୋଡି ଠାରେ ନିର୍ମାଣ ହେଉଥିବା ହାଟ ପିଣ୍ଡି ଦେଖିଥିଲେ। ଓ ନିର୍ମାଣ ହେଉଥିବା ହାଟ ପିଣ୍ଡି ଅଧିକ ଆକର୍ଷଣୀୟ ଓ ଭଲ କାମ ହୋଇଥିବାର ଦେଖି ପ୍ରଶଂସା କରିଥିଲେ। ନିର୍ମାଣାଧୀନ ଏହି ହାଟ ପିଣ୍ଡି ଗୁଡ଼ିକ ସମ୍ପୂର୍ଣ୍ଣ ହେଲେ ଆଦିବାସୀ ଲୋକ ତଥା ଉକ୍ତ ଗ୍ରାମାଞ୍ଚଳ ର ଲୋକେ ଉପକୃତ ହେବା ସହ ସାପ୍ତାହିକ ହାଟରେ ଲୋକେ ଭୋଗୁ ଥିବା ନାନା ସମସ୍ୟାର ସମାଧାନ ହୋଇପାରିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଆଡମା ରାବା।
Sign in
Sign in
Recover your password.
A password will be e-mailed to you.
Prev Post