ଭଙ୍ଗା ବିଦ୍ୟାଳୟରେ ପିଲାଙ୍କ ଭବିଷ୍ୟତ ଗଢ଼ା

ସ୍ୱଚ୍ଛ ନିମନ୍ତେ ଛାତ୍ରଛାତ୍ରୀ ହଇରାଣ
ଚିତ୍ରକୋଣ୍ଡା: ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରା ଦେଇ ସରକାର ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି । ଶିକ୍ଷା ଓ ଶିକ୍ଷା ଭିତି ଭୁମିର ବିକାଶ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଉଛି । ହେଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସଦର ମହକୁମାର ଚିତ୍ରକୋଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଆଜିବି ଅବହେଳିତ ବିଦ୍ୟାଳୟ ଅଛି ଯେଊଁଠି ଆବଶ୍ୟକ ଭିତିଭୂମି ଅଭାବ । ପାଠ ପଢିବେ ମଣିଷ ହେବେ ଆଶାରେ ୪୬୨ ଛାତ୍ରଛାତ୍ରୀ ପହଁଚିଛନ୍ତି ବିଦ୍ୟାଳୟ । ପ୍ରାର୍ଥନା ସାରି ଅଗ୍ରସର ହୁଅନ୍ତି କ୍ଲାସ ରୁମ ପ୍ରତି । ଏଠାରୁ ଆରମ୍ଭ ହୁଏ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଦୁର୍ଦଶା । ସବୁଠାରୁ ବଡ଼ ଦୁର୍ଦଶା ଯଦି ବର୍ଷା ଦିନେ ପିଲାମାନେ ଓ ଶିକ୍ଷୟତ୍ରୀ କ୍ଲାସ ରୁମକୁ ମିଳିମିଶି ପାଣି ସଫା, ପୋଛା ମାରିବା ଇତ୍ୟାଦି ପରେ ଆରମ୍ଭ ହୁଏ ପାଠପଢ଼ା କାର୍ଯ୍ୟକ୍ରମ । ଅଳ୍ପ ବର୍ଷାରେ ସ୍କୁଲ ବର୍ଷାରେ ବିଦ୍ୟାଳୟ ପରିସର ପାଲିଟିଯାଏ ବନ୍ଧ । ପାଣି ଭିତରେ ପଶି ଯାଆନ୍ତି କ୍ଲାସକୁ ।

କ୍ଲାସ ରୁମରେ ଚାଲିଛି ପିଲାଙ୍କ ପାଠପଢା । ପିଲାବି ମନଦେଇ ପାଠ ପଢୁଛନ୍ତି । ହେଲେ ଯେଉଁ ଶ୍ରେଣୀ ଗୃହରେ ପିଲାଙ୍କ ପାଠପଢା ଚାଲିଛି ଏବେ ସେଇ କୋଠରୀର ଅବସ୍ଥା ଟିକିଏ ଦେଖନ୍ତୁ । ଦୁଇଟି ଶ୍ରେଣୀର ଛୁଆଙ୍କ ଗୋଟାଏ ରୁମରେ ଚାଲିଛି ପାଠପଢା । ଗୋଟିଏ କୋଠରୀରେ ପଛ କରି ପାଠ ପଢୁଛନ୍ତି ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀ । ଗୋଟିଏ ପିଲାଙ୍କୁ ସାର ପଢାଉଛନ୍ତି ଆଉ ଅନ୍ୟ ପିଲାଙ୍କୁ ପାଠ ପଢାଉଛନ୍ତି ଜଣେ ଦିଦି ।

ଏବେ ଦେଖନ୍ତୁ ଶ୍ରେଣୀ କୋଠରୀର ଅବସ୍ଥା । ଏହି ଭିତରୁ ହିଁ ଦେଖାଯାଉଛନ୍ତି ସୂର୍ଯ୍ୟ ଆଊ ଚନ୍ଦ୍ର ବର୍ଷା ହେଲେ ଗଳେ ପାଣି । ଏହି ଦୃଶ୍ୟ ହେଉଛି ଚିତ୍ରକୋଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । ଶ୍ରେଣୀ କୋଠରୀର ଟିଣ ସବୁ କଣା ହୋଇ ଯାଇଥିବାରୁ ବର୍ଷା ହେଲେ ପିଲାଙ୍କ ଅସୁବିଧା ହୁଏ ପାଠପଢା । ପାନୀୟ ଜଳ ବ୍ୟବସ୍ତା କହିଲେ ୪୬୪ ପିଲାଙ୍କ ପାଇଁ ଅସୁରକ୍ଷିତ ନଳକୂପ ଶ୍ରେଣୀ ଜାନୁୟାରି ଫେବୃଆରୀ ମାସରୁ ପାଣି ଶେଷ ଶ୍ରେଣୀ ସ୍ୱଚ୍ଛତାକୁ ନେଇ ସରକାର ବାହାସ୍ପଟ ମାରୁଥିବା ବେଳେ ଛାତ୍ର, ଛାତ୍ରୀ ଓ ଶିକ୍ଷକ ଶିୟୟତ୍ରୀ ନିମନ୍ତେ ନାହିଁ ସ୍ୱଚ୍ଛ ସୁବିଧା । ପିଲାଏ ପରିସ୍ରା ପାଇଁ ଯାଆନ୍ତି ରାସ୍ତା କଢ଼କୁ ବର୍ଷା ହେଲେ ବିଦ୍ୟାଳୟ ବାରଣ୍ଡା ପାଲିଟିଯାଏ ବନ୍ଧ ରୋଷେଇ ଗୃହ କଥା ନକହିବା ଭଲ ।ଏଥିନେଇ ଶିକ୍ଷା ଅଧିକାରୀ ଠାରୁ ଜିଲ୍ଲାପାଳ ଯାଏଁ ଅଭିଯୋଗ କରାଯାଇଛି ପ୍ରତିଶ୍ରୁତିର ପାହାଡ଼ ଲଦି ଦିଆଯାଇଛି କିନ୍ତୁ ବିଦ୍ୟାଳୟଟି ତିଳ ମାତ୍ରେ ପରିବର୍ତ୍ତନ ହୋଇନାହିଁ ବୋଳି ପ୍ରତିକ୍ରିୟା ଦେଇଛନ୍ତି ଛାତ୍ରଛାତ୍ରୀ ଶିକ୍ଷୟତ୍ରୀ ଓ ଅଭିଭାବକ ।

ବେସରକାରୀ ବିଦ୍ୟାଳୟକୁ ତାଳ ଦେଇ ସରକାରୀ ବିଦ୍ୟାଳୟକୁ ୫-ଟିରେ ଅନ୍ତର୍ଭୁକ୍ତ କରି ଆମୁଳଚୁଳ ପରିବର୍ତ୍ତନ କରଯାଉଛି କିନ୍ତୁ ୧୯୬୪ ମସିହାର ବିଦ୍ୟାଳୟଟି ବିପଦ ସଂକୁଳ ଅବସ୍ଥାରେ ଚାଲୁଛି କିପରି ପ୍ରଶାସନ ଅଧିକାରୀ ଏବଂ ସରକାରଙ୍କ ନଜର ପଡୁନାହିଁ ।

Leave A Reply

Your email address will not be published.