xmas

ସୋଆ ଏସ୍‌ଏଚ୍‌ଏମ୍‌ର ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ୭ ଦିନିଆ ଓରିଏଂଟେସନ୍ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର, ସେପ୍ଟେମ୍ବର ୨୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ପାଠ୍ୟକ୍ରମରେ ଚଳିତ ବର୍ଷ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ୭ ଦିନିଆ ଓରିଏଂଟେସନ୍ କାର୍ଯ୍ୟକ୍ରମ ଗୁରୁବାର ଆରମ୍ଭ ହୋଇଛି ।

ଅନୁଷ୍ଠାନର ପରିସରରେ ଆୟୋଜିତ ଓରିଏଂଟେସନ୍ କାର୍ଯ୍ୟକ୍ରମ “ଚେକ୍ ଇନ୍ ପ୍ରୋଗ୍ରାମ ୨୦୨୩”ରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭୁବନେଶ୍ୱର ସ୍ଥିତ ସୈନିକ ସ୍କୁଲ୍‌ର ଅଧ୍ୟକ୍ଷ କର୍ଣ୍ଣେଲ୍ ବାଲୁ ଭାରଥ ଓ ଦ ଟ୍ରାଇଡେଂଟ ହୋଟେଲ୍‌ର ମ୍ୟାନେଜର ଶ୍ରୀ ରୋହିତ ତିୱାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

କୁଳପତି ପ୍ରଫେସର ନନ୍ଦ ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହ ହୋଟେଲ ମ୍ୟାନେଜମେଂଟ ପାଠ୍ୟକ୍ରମରେ ସେମାନଙ୍କର ଭବିଷ୍ୟତ ଖୁବ୍ ଉଜ୍ୱଳ ବୋଲି କହିଥିଲେ ।

ଏହି ଅବସରରେ ସୈନିକ ସ୍କୁଲ୍‌ର ଅଧ୍ୟକ୍ଷ କର୍ଣ୍ଣେଲ୍ ଭାରଥ ଛାତ୍ରଛାତ୍ରୀମାନଙ୍କୁ ଉଚିତ୍ ସ୍ଥାନ, ଉଚିତ୍ ସମୟ ଓ ଉଚିତ ପୋଷାକ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । କୌଣସି କାମକୁ ହୀନ ନ ଭାବି କାର୍ଯ୍ୟ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ ।

ସେହିପରି ଶ୍ରୀ ତିୱାରୀ ନୈତିକ ମୂଲ୍ୟବୋଧ ଓ ଆଗ୍ରହ ଉପରେ ଅଧିକ ମନୋନିବେଶ କରିବାକୁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ ।

ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.