ମାଲକାନଗିରି, ୨୫।୯: ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାର ଆରମ୍ଭ କରିଥିବା ବେଳେ ଏହି ଯୋଜନରେ ମାଲକାନଗିରି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରଯାଇଥିଲା । ତେବେ ଏହାପରେ ଆଜି ମାଲକାନଗିରି ଜିଲ୍ଲାରେ ପହଞ୍ଚିଛି ଯୋଜନାର ସେବା ଯୋଗାଇବାକୁ ୧୫ଟି ବସ । ରାଜ୍ୟ ସରକାରଙ୍କ ଏହି ଯୋଜନା ଯୋଗୁଁ ଜିଲ୍ଲାର ପ୍ରତି ବ୍ଲକ ସଦରଠାରୁ ପଞ୍ଚାୟତକୁ ବସରେ ଯାତ୍ରା କାରୀ ପାରିବେ ଲୋକେ । ମାଲକାନଗିରି ଜିଲ୍ଲାରେ ମୋଟ ୩୬ଟି ବସ ଏହି ଯୋଜୋନାରେ ଚା ଲି ବାକୁ ଥିବା ବେଳେ ଯଥାଶୀଘ୍ର ସମସ୍ତ ପହଞ୍ଚିବାର ସୂଚନା ଦେଇଛନ୍ତି ଦାୟିତ୍ଵରେ ଥିବା ଇଞ୍ଜିନିୟର ବିଭୁ ପ୍ରସାଦ ତ୍ରିପାଠୀ । ଜିଲ୍ଲାରେ ସମସ୍ତ ୩୬ ଟି ବସ ଆସିବା ପରେ ଅକ୍ଟୋବର ୦୨ତାରିଖ ଗାନ୍ଧୀ ଜୟନ୍ତୀ ଦିନ ଓ.ଏସ.ଆର୍.ଟି.ସିର ରାଜ୍ୟ ମୂଖ୍ୟ ଏବଂ ଜିଲ୍ଲାର ଜିଲ୍ଲାପାଳଙ୍କ ଉପସ୍ଥିତିରେ ମୂଖ୍ୟମନ୍ତ୍ରୀ ଭିଡିଓ କନ୍ଫେରେସିଂ ଜରିଆରେ ଏହାର ଉଦ୍ଘାଟନ କରିବେ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ସର୍ବ ପ୍ରଥମେ ଏହି ଯୋଜନା ମାଧ୍ୟମରେ ବସ ମାଲକାନଗିରି ଜିଲ୍ଲାରେପହଞ୍ଚି ଥିବା ବେଳେ ଏହାକୁ ନେଇ ଜିଲ୍ଲାରେ ଖୁଶିର ଲହରୀ ଖେଳି ଯାଇଛି ।
Sign in
Sign in
Recover your password.
A password will be e-mailed to you.