ପୁନର୍ବାର ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ହେଲେ ମାନସ ମାଡକାମି

ମାଲକାନଗିରି: ପୂର୍ବତନ ବିଧାୟକ ମାନସ ମାଡକାମିଙ୍କୁ ପୁନର୍ବାର ନୂତନ ଭାବରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ଭାବରେ ମନୋନୀତ ହୋଇଛନ୍ତି। ସୋମବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମାଲକାନଗିରି ପୂର୍ବତନ ବିଧାୟକ ମାନସ ମାଡକାମିଙ୍କୁ ଜିଲ୍ଲା ବିଜେଡି ସଭାପତି ଭାବରେ ମନୋନୀତ ହୋଇଥିବାର ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି । ଶ୍ରୀ ମାନସ ପୂର୍ବରୁ ସରପଞ୍ଚ, କୋରକୋଣ୍ଡା ବ୍ଲକ ଅଧ୍ୟକ୍ଷ ରହିଥିଲେ । ପରେ ୨୦୧୧ ରୁ ୨୦୧୩ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ସଭାପତି ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ। ପରେ ପୁନର୍ବାର ୨୦୧୫ ରୁ ୨୦୧୬ ପର୍ଯ୍ୟନ୍ତ ଜିଲ୍ଲା ବିଜେଡି ସଭାପତି ଭାବରେ ଦାୟିତ୍ଵ ନେଇ ବିଜେଡି ସଙ୍ଗଠନ କୁ ମଜବୁତ୍ କରିଥିଲେ । ସେହିପରି ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ମାଲକାନଗିରି ବିଧାୟକ ହୋଇ ରହିଥିଲେ । ପରେ ୨୦୨୦ ରୁ ୨୦୨୨ ପର୍ଯ୍ୟନ୍ତ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଭାବେ ଦାୟିତ୍ଵ ତୁଲାଇିଥିଲେ। ୨୦୧୯ ରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ମାଲକାନଗିରି ଜିଲ୍ଲା ସଂଯୋଜକ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ଦାୟିତ୍ଵରେ ରହିଛନ୍ତି। ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଓ ଏଲ ଏ ଷ୍ଟାନଡିଂ କମିଟି ସଦସ୍ୟ ଭାବରେ ରହିଥିଲେ । ବର୍ତ୍ତମାନ ୨୦୨୩ ରେ ପୁନର୍ବାର ତାଙ୍କୁ ଜିଲ୍ଲା ବିଜେଡି ସଭାପତି ଭାବରେ ମନୋନୀତ କରାଯାଇଛି । ଜିଲ୍ଲା ବିଜେଡି ସଙ୍ଗଠନ ଆହୁରି ମଜବୁତ୍ ହେବା ସଙ୍ଗଠନକୁ ତୃଣମୂଳ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ସୁଦୃଢ଼ କରାଯିବ । ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଯୋଜନା ଗୁଡିକର ସଫଳ ରୂପାୟନ ଗୁଡ଼ିକ ପ୍ରତ୍ୟେକ ଗାଁରେ କିପରି ପ୍ରଚାର ପ୍ରସାର ହୋଇପାରିବା ସହ ବୁଥ କମିଟି, ପଞ୍ଚାୟତସ୍ତରୀୟ କମିଟି, ଜିଲ୍ଲା ପରିଷଦସ୍ତରୀୟ କମିଟି ଗଠନ କରି ବିଜେଡିର ସଙ୍ଗଠନକୁ ମଜବୁତ୍ କରାଯିବ ବୋଲି ଶ୍ରୀ ମାଡକାମି ପ୍ରକାଶ କରିବା ସହ ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଶ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଶ୍ରୀ ମାଡକାମି କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି।

Leave A Reply

Your email address will not be published.