ସାଇବର ସୁରକ୍ଷିତ ଅଭିଯାନର ଅନଲାଇନ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ

ମାଲକାନଗିରି: ସାରା ରାଜ୍ୟରେ ସାଇବର ସୁରକ୍ଷିତ ଅଭିଯାନର ଅନଲାଇନ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ। ଆଜି ମାଲକାନଗିରି ପୋଲିସ ବିଭାଗ ପକ୍ଷରୁ ସାଇବର ସୁରକ୍ଷିତ ଅଭିଯାନର ଅନଲାଇନ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ବୈଠକ କକ୍ଷରେ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧ୍ୱାନିଙ୍କ ଦ୍ଵାରା କରାଯାଇଥିଲା ସାଇବର ଅପରାଧକୁ ରୋକିବା ପାଇଁ ସଚେତନତା ଲୋଗୋ, ସଙ୍ଗୀତ, ଡକୁମେଣ୍ଟାରୀ ଫିଲ୍ମ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ ଓ ସଚେତନତା କରାଯିବ। ଏଥିପାଇଁ ଏକ ସାଇବର ସଚେତନତା ରଥ ସାରା ଜିଲ୍ଲାରେ ଥିବା ସ୍କୁଲ, କଲେଜ, ଗାଁ, ପଞ୍ଚାୟତ, ବ୍ଲକ୍ ଓ ଥାନା ଇଲାକାରେ ପରିକ୍ରମା କରି ସମସ୍ତ ଜନସାଧାରଣଙ୍କୁ ସାଇବର ସୁରକ୍ଷିତ ସଚେତନତା କରାଯିବ। ଶିଶୁ ନିର୍ଯ୍ୟାତନା, ଅର୍ଥନୈତିକ ଅପରାଧ, ବ୍ୟାଙ୍କ୍ ଫ୍ରଡ୍, ଲୋନ ଠକେଇକୁ ରୋକିବା ପାଇଁ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଏସପି ଶ୍ରୀ ୱାଧ୍ୱାନି ସୂଚନା ଦେଇଛନ୍ତି। ଏହି ସଚେତନତା କାର୍ଯ୍ୟକ୍ରମ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଏହି ସାଇବର ସୁରକ୍ଷିତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଚାଲିବ । ଏହି ଅବସରରେ ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ତପନ ଚରଣ ରଥ, ଏସଡିପିଓ ସଚିନ ପଟେଲ, ମାଲକାନଗିରି ଥାନା ଅଧିକାରୀ ରିଗନ କିଣ୍ଡୋ, ସମସ୍ତ ପୋଲିସ ଅଧିକାରୀ ,ବ୍ୟାଙ୍କ୍ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.