ପଞ୍ଚାୟତସ୍ତରୀୟ ଶ୍ରମିକ ସଚେତନତା ସଭା ଅନୁଷ୍ଟିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୁରସୁବାଡା ଠାରେ ଗୋରାଖୁଣ୍ଟା ପଂଚାୟତସ୍ତରୀୟ ଶ୍ରମିକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ବ୍ଲକ ସଭାପତି ଶ୍ରୀ ଭୀମସେନ ମାଡକାମୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ସଭାପତି ଶ୍ରୀ ଦୁର୍ଗା ପ୍ରସାଦ ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଏରା ପଡିଆମୀ, ଜିଲ୍ଲା କୋଷାଧକ୍ଷ ଶ୍ରୀ କାଳିଦାସ ସଗରିଆ, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ଗୋପାଳ ମଣ୍ଡଳ, ଗ୍ରାମ ସାଥି ଶ୍ରୀ ଭୀମସେନ ପଡିଆମୀ ଓ କାହ୍ନାୟା ଦୁଆରୀ, ଶ୍ରୀ ପ୍ରଦୀପ୍ତ ହାଲଦାରଙ୍କ ସମେତ ୬ଟି ଗ୍ରାମର ଶ୍ରମିକ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ । ଏହି ସଭାରେ ବିଶେଷ କରି ନିର୍ମାଣ ଶ୍ରମିକ ଓ ଅସଂଗଠିତ ଶ୍ରମିକ ମାନଙ୍କ ପାଇଁ କିଭଳି ଶ୍ରମ କାର୍ଡ କରାଯାଇ ପାରିବ ଏବଂ ଏହାର ଉପକାରିତା ଉପରେ ସଚେତନ କରାଯାଇଥିଲା । ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ କିଭଳି ଅସୁବିଧାର ସମୁଖୀନ ହେଉଛନ୍ତି ସେ ସମ୍ପର୍କରେ ମଧ୍ୟ୍ୟ ଆଲୋଚନା ହୋଇଥିଲା । ଜିଲ୍ଳା ସଂଗଠନ ଏସବୁ ଦିଗରେ କିଭଳି ସାହାଯ୍ୟ କରିପାରିବ ବକ୍ତା ମାନେ ବୁଝାଇ ଥିଲେ । ସଂଗଠନକୁ ମଜଭୁତ କରିବା ସହିତ ଦଲାଲ ମାନଙ୍କ ଠାରୁ ଦୁରେଇ ରହିବାକୁ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ । ପରେ ପଂଚାୟତରେ ଏକ ୨୧ ଜଣିଆ ପଂଚାୟତସ୍ତରୀୟ ଶ୍ରମ କମିଟି ଗଠିତ ହୋଇଥିଲା । ସଭାପତି ଭାବେ ଶ୍ରୀ ସୋମ ମାଡକାମୀ, ସମ୍ପାଦକ ଭାବେ ବାସୁଦେବ ବାଛା୍ର, ଉପ ସଭାପତି ଭାବେ ଗାଙ୍ଗୀ ରଵା ଏବଂ ସହ ସମ୍ପାଦକ ଭାବେ ନିବେଦିତା ସର୍ଦାର ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.