xmas

ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ ବାର୍ତ୍ତା ଦେଇ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେଲେ ବିଡିଓ

ମାଲକାନଗିରି: ସ୍ୱଚ୍ଛ ଭାରତ ସୁସ୍ଥ ଭାରତର ବାର୍ତ୍ତା ଦେଇ ମାଲକାନଗିରି ବିଡିଓ ପ୍ରଭାତୀ ଝଡିଆ ସ୍ୱଚ୍ଛ ଭାରତ ଅଭିଯାନ ପୂର୍ବକ କୋଦାଳ, ଝାଡୁ ଧରି କାର୍ଯ୍ୟାଳୟ ପରିସରରେ ପଡ଼ିଥିବା ଓଳିଆ, ଆବର୍ଜନା, ଅନାବନା ଘାସ, ବୁଦା ଗୁଡ଼ିକ ସଫା କରିଥିଲେ। ତାଙ୍କ ସହ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏହି ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ପରିସରକୁ ସଫା କରାଯାଇଥିଲା ଏହି ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ପ୍ରତ୍ୟେକ ଗାଁ, ପଞ୍ଚାୟତ, ବ୍ଲକ, ଏବଂ ସମସ୍ତ ଅଫିସ କାର୍ଯ୍ୟାଳୟ, ସଂଙ୍ଗଠନ ପରିସର ସଫା ରଖିବା କାର୍ଯ୍ୟକ୍ରମ ଜାରି ରହିବ ସ୍ୱଚ୍ଛତା ହିଁ ସେବା, ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ ସହ ଶ୍ରେଷ୍ଠ ଭାରତ ହେବ ଏବଂ ରୋଗ ମୁକ୍ତ ଓ ପ୍ରଦ୍ୟୁଷଣ ମୁକ୍ତ ହେବ ବୋଲି ବିଡିଓ ବାର୍ତ୍ତା ଦେଇଥିଲେ। ଏହି ସ୍ବଚ୍ଛତା କାର୍ଯ୍ୟକ୍ରମରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଭିଜିତ ସେଠୀ, ସେକ୍ସନ ଅଫିସର ମହମ୍ମଦ ଘାଉସ, କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ସାମନ୍ତରାୟ, କନିଷ୍ଠ ଯନ୍ତ୍ରୀ ବିଭୂତି ଭୂଷଣ ରାଉତ, ବବିତା ବିଶ୍ଵାସ, ମନିଷା ପୂଜାରୀ, ଜି ପି ଓ ଶଙ୍କର୍ଷଣ ଖଣ୍ଡୁଆଳ, ରବୀନ୍ଦ୍ର ପାତ୍ର ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏହି ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.