xmas

ଅସହାୟଙ୍କୁ ସହଯୋଗର ହାତ ବଢ଼ାଇଲେ ମହିଳା ସଭାନେତ୍ରୀ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଣସପୁଟ, ଯୋଡାମ୍ବ, ଆଣ୍ଡରାପାଲି ପଞ୍ଚାୟତ ଗସ୍ତ ସମୟରେ ରୋଗ ଶଯ୍ୟାରେ ପଡ଼ି ରହିଥିବା ରୋଗୀଙ୍କ ବନ୍ଧୁ ସାଜିଲେ ମହିଳା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ l ସୂଚନା ଅନୁଯାୟୀ ଲକ୍ଷ୍ମୀପ୍ରିୟା ଓ ସୁନିତା ଜେନା ଏବଂ ଅନ୍ୟ ବରିଷ୍ଠ ବିଜେଡି କର୍ମୀ ଶିବ ପ୍ରସାଦ ଖରା, ଅବଜରବର ବିଜିତ ସିଂ,ରାଜ କମଲ ପୁରୋହିତ, ଦେବେନ୍ଦ୍ର ଦାସ, ପିତାମ୍ବର ଖେମୁଡୁ, ଡମ୍ବରୁ ହରିଜନ, ସୁବର୍ଣ୍ଣ ପାଲିଗୁଡ଼ିଆ, ଲଷ୍ମୀ ମାଣ୍ଡି ମିଶି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳ ଗସ୍ତ କରିଥିଲେ l ସେହି ସମୟରେ ଦୀର୍ଘ ଦିନ ହେବ ରୋଗ ଶଯ୍ୟାରେ ପଡ଼ି ରହିଥିବା ରୋଗୀ ତାଙ୍କ ନଜର ଭିତରେ ଆସିଲା l ତେଣୁ କରି ତୁରନ୍ତ ସେ ବିଳମ୍ବ ନକରି ତାଙ୍କର ସ୍ବାସ୍ଥ୍ୟ ସମ୍ପର୍କରେ ତାଙ୍କ ଘର ଲୋକଙ୍କ ଠାରୁ ଅବଗତ ହୋଇ ୧୯ ଜଣ ରୋଗୀଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଏବଂ ଡାକ୍ତରି ଟିମ୍ ଚିକିତ୍ସିତ କରି ଉନ୍ନତ ମାନର ଚିକିତ୍ସା ପାଇଁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ପରାମର୍ଶ ଦେଇଥିଲେ l ତୁରନ୍ତ ଶ୍ରୀମତୀ ଲଷ୍ମୀପ୍ରିୟା ନାୟକ ବସ ଏବଂ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ l ଦୁଃଖରେ ଭାଙ୍ଗି ପଡିଥିବା ପରିବାରଙ୍କୁ ସାହସଦେଇ ଉନ୍ନତ ମାନର ଚିକିତ୍ସା ଯୋଗଇବା ପାଇଁ ପ୍ରତିଶ୍ରୁତି ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଗାନ୍ତକାରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି l

Leave A Reply

Your email address will not be published.