xmas

ଚିତ୍ରକୋଣ୍ଡା ବ୍ଳକ ଆନୁକୂଲ୍ୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଆବର୍ଜନା ନିଷ୍କାସନ ଗାଡି ଅଠର ପଞ୍ଚାୟତ ଗୋଟିଏ ଲେଖାଏଁ ମିଳିବ ଆଜି ଚିତ୍ରକୋଣ୍ଡା ବ୍ଳକରେ ପହଂଚିଛି ଚାରି ଗାଡି l

ଚିତ୍ରକୋଣ୍ଡା: ଗାନ୍ଧିଜୀଙ୍କ ପରିକଳ୍ପନାର ରାଜ୍ୟ ନିର୍ମାଣ ଦିଗରେ ସ୍ୱଚ୍ଛତା ହିଁ ସେବା ପାଦେ ଆଗକୁ ଆଗେଇ ନେଇଥିବା ବେଳେ ନବ ଭାରତ ଗଠନ ଦିଗରେ ସହାୟତା ହେବା ଆଶା ବାନ୍ଧି ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଳକ ଠାରେ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ମିଳିତ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବ୍ଳକ ଏଇ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀଙ୍କ ଅଧକ୍ଷତାରେ ଚିତ୍ରକୋଣ୍ଡା କନିଷ୍ଠ ଯନ୍ତ୍ରୀ ବିବେକ ଜାନିଙ୍କ ସହଯୋଗରେ ଚିତ୍ରକୋଣ୍ଡା ବ୍ଳକ ତଥା ପଞ୍ଚାୟତ ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ବ୍ଳକ ପରିଷରକୁ ଏକ ଦିନ ଏକ ଘଣ୍ଟା ଉଦେଶ୍ୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କୁ ଆଗେଇ ନେଇ ବ୍ଳକ ପରିବେଶ ତଥା ପରିସରକୁ ସଫା ସୁତୁରା କରାଯାଇଅଛି l ସଦା ସର୍ବଦା ନିଜ ଗାଁ, ବ୍ଳକ ତଥା ଦେଶ କୁ ସ୍ୱଚ୍ଛତା ଆଡକୁ ଆଗେଇ ନେବାକୁ ଶପଥ ପାଠ କରିବା ସହିତ ହାତରେ ବ୍ୟାନର ପୋଷ୍ଟର, କୋଡ଼ି, କୋଦାଳ, ଝାଡୁ ଧରି ଏକ ଶୋଭାଯାତ୍ରା ରେ ଚିତ୍ରକୋଣ୍ଡା ସହର ପରିକ୍ରମା କରି ସ୍ୱଚ୍ଛତା ଉପରେ ଏକ ସଚେତନତାର ବାତାବରଣ ସୃଷ୍ଟି କରିଛନ୍ତି l ଚିତ୍ରକୋଣ୍ଡା ବ୍ଳକର ସମସ୍ତ କର୍ମଚାରୀ ମାନଙ୍କୁ ନେଇ ଏକ ସାଧାରଣ ସଭା କରାଯାଇ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ନିଜ ଘର ତଥା ଚାରି ପାର୍ଶ୍ଵ, ଗାଁ, ଗାଁରେ ଅନୁଷ୍ଠାନକୁ ସଫା ସୁତର କରି ସରସ ସୁନ୍ଦର ଭାବରେ ଗଢ଼ି ତୋଳି ସ୍ଵଛ ରଖିବାକୁ ଆଲୋଚନା କରାଯାଇଥିଲା l ଗାଁ ଗାଁରୁ ଅଳିଆ ଆବର୍ଜନା ଗାଁରୁ ବାହାରକୁ ହଟାଇବାକୁ ଚିତ୍ରକୋଣ୍ଡା ବ୍ଳକର ଅଠର ଗୋଟି ପଞ୍ଚାୟତକୁ ଆବର୍ଜନା ନିଷ୍କାସନ ଗାଡି ଅଠର ଗୋଟି ପଞ୍ଚାୟତକୁ ଗୋଟିଏ ଲେଖାଏଁ ଅଠର ଗୋଟି ଆବର୍ଜନା ନିଷ୍କାସନ ଗାଡି ସରକାରଙ୍କ ତଥା ଜିଲା ପ୍ରଶାସନ ତରଫରୁ ଆସୁଛି ଶୀଘ୍ର ଚିତ୍ରକୋଣ୍ଡା ବ୍ଳକରେ ପହଞ୍ଚିବ ବୋଲି ସୂଚନା ମିଳିଥିବା ବେଳେ ଆଜି ଚିତ୍ରକୋଣ୍ଡା ବ୍ଳକରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଚାଇଥିବା ସମୟରେ ଚାରି ଗାଡି ଆବର୍ଜନା ଗାଡି ପହଞ୍ଚିଥିଲା l ଉକ୍ତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମକୁ ଓଡିଶା ଜୀବିକା ମିଶନ ବିପିଏମ ପର୍ଶୁରାମ ବେହେରା, ବିଏଲସି ସୋମନାଥ କୁମ୍ଭାର, ମିଶନ ଶକ୍ତି ସଂଯୋଜକ ରବୀନ୍ଦ୍ର ଭୂୟାଁ, ସମସ୍ତ ଆଇସିଡିଏସ ସୁପରଭାଇଜର, ଏମବିକେ ଓ ସିଆରପି ପରିଚାଳନା କରିଥିଲେ l

Leave A Reply

Your email address will not be published.