mobile header

ଅବସର ପ୍ରାପ୍ତ ଆଇ.ପି.ଏସ୍ ଅଫିସର କିଶୋର ମୋହନ ଲାଲଙ୍କ ବିୟୋଗରେ ଆଇ.ପି.ଏସ୍ ସଂଘର ଶୋକ

ଅବସର ପ୍ରାପ୍ତ ଆଇ.ପି.ଏସ୍ ଅଫିସର କିଶୋର ମୋହନ ଲାଲଙ୍କ ବିୟୋଗରେ ରାଜ୍ୟ ଆଇ.ପି.ଏସ୍ ସଂଘର ସଭ୍ୟ ସଭ୍ୟ ମାନେ ଗଭୀର ମର୍ମାହତ ହୋଇଛନ୍ତି । ଆଜି ସନ୍ଧ୍ୟାରେ ରାଜ୍ୟ ପୋଲିସ ମୁଖ୍ୟାଳୟ , କଟକ ଠାରେ ପୋଲିସ ଡି.ଜି. ଶ୍ରୀ ସୁନିଲ କୁମାର ବଂଶଲଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ସ୍ବର୍ଗତଃ ଲାଲ ଙ୍କ ସ୍ମୃତିଚାରଣ କରାଯାଇଥିଲା । ଏହି ଅବସରରେ ସ୍ବର୍ଗତଃ ଲାଲ ଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସତଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ସଂଘ ତରଫରୁ ସ୍ବର୍ଗତଃ ଲାଲ ଙ୍କ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା ।

ସ୍ବର୍ଗତଃ ଲାଲ ରାଜ୍ୟ ପୋଲିସ ତଥା କେନ୍ଦ୍ରରେ ବିଭିନ୍ନ ପଦ ପଦପଦବୀରେ ଦକ୍ଷତାର ସହ କାର୍ଯ୍ୟ ସଂପାଦନ କରିଥିଲେ । ଏହି ସଭାରେ ଶ୍ରୀ ବିନୟତୋଷ ମିଶ୍ର , ଆଇ.ପି.ଏସ , ଡାଇରେକ୍ଟର , ଏସ.ସି.ଆର.ବି , ଶ୍ରୀ ସଞ୍ଜୀବ ପଣ୍ଡା , ଆଇ.ପି.ଏସ , ଏ.ଡି.ଜି.ପି ( କ୍ରାଇମ ବ୍ରାଞ୍ଚ ) , ଶ୍ରୀ ୱାଇ.କେ. ଜେଠୱା , ଡାଇରେକ୍ଟର , ଭିଜିଲାନ୍ସ , ଶ୍ରୀ ଏସ . କେ . ପ୍ରିୟଦର୍ଶୀ , ଆଇ.ପି.ଏସ , ପୋଲିସ କମିଶନର , କଟକ ଭୁବନେଶ୍ବର , ଶ୍ରୀ ଅମିତେନ୍ଦ୍ର ନାଥ ସିହା , ଆଇ.ପି.ଏସ , ଆଇ.ଜି.ପି , ସି.ଆଇ.ଡି. ସି.ବି , ଶ୍ରୀ ଅମିତାଭ ଠାକୁର , ଆଇ.ପି.ଏସ , ଆଇ.ଜି.ପି ( ଅପରେସନ ) , ଶ୍ରୀ ଏସ୍ . ପ୍ରବୀଣ କୁମାର , ଆଇ.ପି.ଏସ , ଆଇ.ଜି.ପି ( ପର୍ସେନେଲ ) , ଶ୍ରୀ ଅନୁପ୍ କୁମାର ସାହୁ , ଆଇ.ପି.ଏସ , ଡି.ଆଇ.ଜି , ( ଇଣ୍ଟେଲିଜେନ୍ସ୍ ) , ଶ୍ରୀ ପ୍ରତୀକ ସିଂ , ଆଇ.ପି.ଏସ , ଡି .ସି.ପି , କଟକ , ଶ୍ରୀ ପ୍ରହ୍ଲାଦ ସହାଇ ମିନା , ଆଇ.ପି.ଏସ , ଏ.ଆଇ.ଜି ( ହେଡ୍‌କ୍ୱାଟର୍ସ ) ଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଆଇ.ପି.ଏସ ସଂଘର ସେକ୍ରେଟାରୀ ଶ୍ରୀ ଏସ . କେ . ପ୍ରିୟଦର୍ଶୀ , ଆଇ.ପି.ଏସ , ପୋଲିସ କମିଶନର ପରିଚାଳନା କରିଥିଲେ ।

Leave A Reply

Your email address will not be published.