xmas

ଚିତ୍ରକୋଣ୍ଡା ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଳକ ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ସ୍ଥିତ ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ଅଧକ୍ଷତାରେ ବିଦ୍ୟାଳୟର ସମସ୍ତ ସହଯୋଗୀ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗରେ ପାଞ୍ଚ ଶହରୁ ଉର୍ଦ୍ଧ ଛାତ୍ରୀଙ୍କୁ ନେଇଙ୍କୁ ନେଇ ବିଦ୍ୟାଳୟ ପରିଷରକୁ ଏକ ଦିନ ଏକ ଘଣ୍ଟା ଉଦେଶ୍ୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମକୁ ଆଗେଇ ନେଇ ବିଦ୍ୟାଳୟ ପରିବେଶ ତଥା ପରିସରକୁ ସଫା ସୁତୁରା କରାଯାଇଅଛି l ସଦା ସର୍ବଦା ବିଦ୍ୟାଳୟ ତଥା ଦେଶକୁ ସ୍ୱଚ୍ଛତା ଆଡକୁ ଆଗେଇ ନେବାକୁ ଶପଥ ପାଠ କରିବା ସହିତ ହାତରେ ବ୍ୟାନର ପୋଷ୍ଟର, କୋଡ଼ି, କୋଦାଳ, ଝାଡୁ ଧରି ସ୍ୱଚ୍ଛତା ଉପରେ ଏକ ସଚେତନତାର ବାତାବରଣ ସୃଷ୍ଟି କରିଛନ୍ତି l ବିଦ୍ୟାଳୟରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରୀ ମାନଙ୍କୁ ନେଇ ଏକ ସାଧାରଣ ସଭା କରାଯାଇ ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ସଫା ସୁତର କରି ସରସ ସୁନ୍ଦର ଭାବରେ ବିଦ୍ୟାର ମନ୍ଦିର ସ୍ୱଚ୍ଛ ରଖିବାକୁ ଆଲୋଚନା କରାଯାଇଥିଲା l

Leave A Reply

Your email address will not be published.