xmas

ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ

ମାଲକାନଗିରି, ୦୨/୧୦/୨୩: ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବିଶାଲ ସିଂଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ୧୫୫ତମ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ, ଶ୍ରୀ ଆଡମା ରାବା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଶ୍ରୀ ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ଶ୍ରୀ ବେଦବର ପ୍ରଧାନ, ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପ୍ରଭାତୀ ଝଡ଼ିଆ ଓ ଓରମାସ ଡେପୁଟି ସିଇଓ, ଶ୍ରୀ ଗୁଣ୍ଡିଚା ବେହେରା ଉପସ୍ଥିତ ଥିଲେ। ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ପରିସର ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ ଏବଂ ତା’ପରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମ ଯୋଗ ଦେଇ ଗାନ୍ଧିଜୀଙ୍କ ବଳିଦାନ ଓ ଆଦର୍ଶର ସ୍ମୃତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଗାନ୍ଧୀଙ୍କ ଅହିଂସା , ସତ୍ୟ ଓ ଶାନ୍ତି ଆଦର୍ଶରେ ଅନୁପ୍ରାଣୀତ ହୋଇ ଦେଶ ଗଠନରେ ସାମିଲ ହେବାକୁ ଶ୍ରୀ ରାବା ଆହ୍ବାନ କରିଥିଲେ। ଏଠାରେ ଡଃ ସରୋଜ ଦାସ, ରେଭ୍ କାଳୁ ତୁଷାର ପାଣି ଓ ଦେଶୀ ରାଜୁ ଆଚାରୀ ସର୍ବଧର୍ମ ପ୍ରାର୍ଥନା କରିଥିଲେ। ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରୀମାନେ ଗାନ୍ଧୀଙ୍କ ପ୍ରିୟ ଭଜନ, ବୈଷ୍ଣବ ଜନ ତୋ ଏବଂ ରଘୁପତି ରାଘବ ରାଜା ରାମ ପରିବେଷଣ କରିଥିଲେ। ସେହିପରି ଗାନ୍ଧୀ ଜୟନ୍ତୀରେ ଆୟୋଜିତ ବକ୍ତୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହରେକୃଷ୍ଣ କିର୍ତ୍ତନିଆ, ରଞ୍ଜନ ମହାନ୍ତି, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.