ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି, କୁଳସଚିବ ଓ ବିତ୍ତ ନିୟନ୍ତ୍ରକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ସିନେଟ୍ ହଲ ଠାରେ ଶୁକ୍ରବାର ଅପରାହ୍ନରେ କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି, କୁଳସଚିବ ପ୍ରଦୀପ ମିଶ୍ର, ବିତ୍ତ ନିୟନ୍ତ୍ରକ ତୁଷାର କାନ୍ତି ଖଟୁଆଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଅବସରରେ କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି ଚଳିତ ବର୍ଷ ନାକ ଟିମର ଗସ୍ତ ରହିଛି ତେଣୁ ସମସ୍ତ କର୍ମଚାରୀ ଓ ଶିକ୍ଷକ ବିଶ୍ଵବିଦ୍ୟାଳୟକୁ ନାକ ଏ ++ ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ। ଶିକ୍ଷା ଓ ଗବେଷଣା ଓ ଉନ୍ନତିମୂଳକ କାର୍ଯ୍ୟ ପ୍ରତି ଗୁରୁତ୍ଵ ଦେବାକୁ ସେ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଉପ କୁଳସଚିବ ଡ଼ଃ ବାବୁଜୀ ସାମଲ, ସହ କୁଳସଚିବ ଡ଼ଃ ସରୋଜ କୁମାର ଦାଶ, ସିଡିସି ନିର୍ଦ୍ଦେଶିକା ପ୍ରଫେସର୍ ଅରୁନ୍ଧତୀ ରଥ, ପରୀକ୍ଷା ନିୟନ୍ତ୍ରକ ଡ଼ଃ ସୁରେନ୍ଦ୍ର ସେଠୀ, ନିରାପତ୍ତା ଅଧିକାରୀ ରବୀନ୍ଦ୍ର ମଲ୍ଲିକ, ପ୍ରଫେସର୍ ପୁଷ୍ପାଞ୍ଜଳି ସାମନ୍ତରାୟ, ଡ଼ଃ ମିହିର ତ୍ରିପାଠୀ, ଡ଼ଃ ଶଙ୍କର ମାଝୀ, ରବି ପାଣିଗ୍ରାହି, ଦେବୀ ବେହେରା, ଡ଼ଃ.ସତ୍ୟବ୍ରତ ପାତ୍ର, ଏ. ସୁରିୟା ପ୍ରକାଶଙ୍କ ସମେତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.