ବୈରୀ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନର ଦୀକ୍ଷାନ୍ତ ଉତ୍ସବ ଅନୁଷ୍ଠିତ :୧୪୭ଜଣ ପୋଲିସ କୃତକାର୍ଯ୍ୟ

ଯାଜପୁର ଜିଲ୍ଲାର ବୈରୀ ସ୍ଥିତ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନର ଦୀକ୍ଷାନ୍ତ ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି! ନୂତନ ଭାବେ ଓଡିଶା ପୋଲିସର ଯୋଗାଯୋଗ ବିଭାଗରେ ଚାକିରୀ ପାଇଥିବା ୧୪୭ଜଣ କନଷ୍ଟେବଳ ଚଳିତ ବର୍ଷ ଜାନୁୟାରୀ ୨୨ ତାରିଖରୁ ଏଠାରେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ! ସେମାନଙ୍କ ପ୍ରଶିକ୍ଷଣ ଶେଷ ହେବାପରେ ଏହି ଦୀକ୍ଷାନ୍ତ ଉତ୍ସବ ଅନୁଷ୍ଠିତ ହୋଇ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବାସହ ପ୍ରଶିକ୍ଷଣରେ ସର୍ବୋକୃଷ୍ଟ ପ୍ରତିପାଦନ କରିଥିବା ପ୍ରଶିକ୍ଷାର୍ଥି ମାନଙ୍କୁ ପୁରଷ୍କୃତ କରାଯାଇଥିଲା!

ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପୁଲିସ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଓ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀ ଅଧ୍ୟକ୍ଷ ଅରୂଣକୁମାର ଷଡ଼ଙ୍ଗୀ ଯୋଗଦେଇ ପୋଲିସ ଲୋକାଭିମୁଖୀ ଦେବାସହ ଅଭଦ୍ରାମୀରୁ ବିରତ ହେଲେ ଉପଯୁକ୍ତ ସେବା ଓ ସମ୍ମାନର ଅଧିକାରୀ ହୋଇପାରିବ ବୋଲି କହିଥିଲେ! ସମ୍ମାନିତ ଅତିଥି ଭାବେ ଆଇଜି ଏସ୍ ସାଇନି ଯୋଗ ଦେଇ ଅଭିଭାଷଣ ପ୍ରଦାନ କରିଥିଲେ! ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରମିଳା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚଳିତ ବର୍ଷର ଏହି ୧ମ ଦୀକ୍ଷାନ୍ତ ଉତ୍ସବ ଅନୁଷ୍ଠିତ ହୋଇଥିଲା !

ଇତ୍ୟବସରରେ ଆୟୋଜିତ ଭବ୍ଯ ପରେଡକୁ କମାଡାଣ୍ଟ ପ୍ରିତିସ୍ମୀତା ନାୟକ ପରିଚାଳନା କରିଥିଲେ। ଚଳିତ ଶିକ୍ଷାବର୍ଷର ପ୍ରଥମ ପ୍ରଶିକ୍ଷଣରେ ମୋଟ୍ ୮ ଜଣ କୃତି ପ୍ରତିଯୋଗୀ ପ୍ରିତିସ୍ମିତା ନାୟକ , ଶୁଭ୍ରାଂଶୁ ଶେଖର ନାୟକ, ଶୁଭଲଷ୍ମୀ ପ୍ରଧାନ , ମାମାଲି ସାହୁ , ଆର୍ଶୀବାଦ ବିଶ୍ୱାଳ , ରାଜଶ୍ରୀ ବେହେରା , ରଜନ ବ୍ରହ୍ମ ଖୁଣ୍ଟିଆ , ସତଜିତ୍ ସିଙ୍କୁ ମୂଖ୍ୟ ଅତିଥି ଶ୍ରୀ ଷଡ଼ଙ୍ଗୀ ସମ୍ମାନିତ କରିଥିଲେ! ବିଶେଷ କରି ଏହି ୧୪୭ ଜଣ ପ୍ରଶିକ୍ଷୀତ କନଷ୍ଟେବଳଙ୍କ ମଧ୍ୟରୁ ଏମ ଟେକ ଓ ବି ଟେକ ଠାରୁ ଆରମ୍ଭ କରି ବହୁ ଉଚ୍ଚ ଶିକ୍ଷିତ ରହିଅଛନ୍ତି। ସେମାନଙ୍କର ଚାକିରୀ କ୍ଷେତ୍ରରେ ବିଭିନ୍ନ ଖେତ୍ରରେ ସୁଯୋଗ ଥିବାବେଳେ, ପୁଲିସ ସେବାରେ ଯୋଗଦାନ ନେଇ ସେମାନେ ଖୁସି ପ୍ରକଟ କରିଥିଲେ! ଅନ୍ୟମାନଙ୍କ ମଧ୍ୟରେ ଆଜିର ଉତ୍ସବରେ ଯାଜପୁର ଏସ ପି ରାହୁଲ ପି ଆର୍ ଙ୍କସହ ବହୁ ଉଚ୍ଚପଦସ୍ତ ପୋଲିସ ଅଧିକାରୀ ଯୋଗଦେଇଥିଲେ! ଯୋଗଦେଇଥିଲେ ।

Leave A Reply

Your email address will not be published.