ଭୁବନେଶ୍ୱର, ୧୪/୧୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ (ଏସ୍ପିଏସ୍) ନୂତନ ବର୍ଷର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଓରିଏଟେଂସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ନୂତନ ବର୍ଷର ବି.ଫାର୍ମା ଓ ଏମ୍.ଫାର୍ମା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନୁଷ୍ଠାନ ଓ ପାଠ୍ୟକ୍ରମ ସମ୍ପର୍କରେ ଅବଗତ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଏସ୍ପିଏସ୍ର ଆଡିସ୍ନାଲ ଡିନ୍ ପ୍ରଫେସର ଦେବଜ୍ୟୋତି ଦାସ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବାବେଳେ ଫାର୍ମାସି ପାଠ୍ୟକ୍ରମରେ କ୍ୟାରିୟର ସମ୍ପର୍କିତ ବିସ୍ତୃତ ତଥ୍ୟ ଛାତ୍ରଛାତ୍ରୀଙ୍କୁ ବୁଝାଇଥିବା ବେଳେ ଡେପୁଟି ଡିନ୍ ପ୍ରଫେସର ପ୍ରତାପ କୁମାର ସାହୁ ଫାର୍ମାସି ବୃତିରେ ଆଗକୁ ଯିବା ନିମନ୍ତେ ଏହା ପ୍ରତି ସମ୍ମାନ ରଖିବା ଉଚିତ୍ ବୋଲି କହିଥିଲେ ।
ଏହି ଅବସରରେ ଫାର୍ମାସ୍ୟୁଟିକ୍ସ ବିଭାଗର ମୁଖ୍ୟ ପ୍ରଫେସର ସୁବ୍ରତ ମଲ୍ଲିକ ଓ ଫାର୍ମାକୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଦୁର୍ଗାମାଧବ କର ମଧ୍ୟ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ଡକ୍ଟର ଶକ୍ତିକେତନ ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଫେସର ଅନିନ୍ଦ୍ୟ ବୋଷ ଧନ୍ୟବାଦ ଅର୍ପଣ କରିଥିଲେ ।