xmas

ମାଲକାନଗିରି ମହାବିଦ୍ୟାଳୟରେ ଇଂରାଜୀ ବିଭାଗ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା

ମାଲକାନଗିରି, ତାରିଖ ୧୮.୧୧.୨୩: ସ୍ଥାନୀୟ ମାଲକାନଗିରି ମହାବିଦ୍ୟାଳୟଠାରେ ଇଂରାଜୀ ବିଭାଗ ଯୁକ୍ତ ତିନି ସମ୍ମାନ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡଃ ରଞ୍ଜନ କୁମାର ସ୍ଵାଇଁ ସଭାପତିତ୍ଵ କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଇଂରାଜୀ ବିଭାଗର ଛାତ୍ରୀ ବିଶ୍ଵପ୍ରେରଣା ପ୍ରିୟଦର୍ଶିନୀ ଭଜନ ପରିବେଷଣ କରି ଶୁଭାରମ୍ଭ କରିଥିଲେ। ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ଉମେଶ ଚନ୍ଦ୍ର ରାଉତ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଇଂରାଜୀ ବିଭାଗର ଯୁକ୍ତ ତିନି ସମ୍ମାନ ବିଭାଗର ଛାତ୍ର ଆକାଶ ମାଡକାମି ତଥା ଅନ୍ୟ ଛାତ୍ରଛାତ୍ରୀ ଗଣ ନୂତନ ଭାବେ ନାମ ଲେଖାଇଥିବା ପ୍ରଥମ ବର୍ଷର ଇଂରାଜୀ ବିଭାଗର ଛାତ୍ରୀ ଛାତ୍ରମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଇଂରାଜୀ ବିଭାଗର ଅଧ୍ୟାପକ ସୁଶାନ୍ତ କୁମାର ମାଝି ଓ ଦଶରଥ ସାଣ୍ଡି ଛାତ୍ରଛାତ୍ରୀମାନଙ୍କୁ ନିଜର ବକ୍ତବ୍ୟ ମଧାମରେ ଅନେକ ଉପାଦେୟ ପ୍ରେରଣା ପ୍ରଦାନ କରିଥିଲେ। ଇଂରାଜୀ ବିଭାଗ ବିଗତ ଚଉଦ ବର୍ଷ ହେଲା ପ୍ରତିଷ୍ଠିତ ହୋଇ ଅନେକ ଛାତ୍ର ଛାତ୍ରୀ ସୃଷ୍ଟି କରିପାରିଥିବାରୁ ମୁଖ୍ୟଅତିଥି ଏହାର ପ୍ରଶଂସା କରିଥିଲେ। ମହାବିଦ୍ୟାଳୟର ସମସ୍ତ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ବିଭାଗୀୟ ମୁଖ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଅଧ୍ୟକ୍ଷ ମହାବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.