ମାଓ ଶହୀଦ ସ୍ତମ୍ଭ ଭାଙ୍ଗିଲେ ସୁରକ୍ଷାବାହିନୀ ଯବାନ

ମାଲକାନଗିରି, ୧୯।୧୨: ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ସାଲାତୋଙ୍ଗରେ ମାଓ ଶହୀଦ ସ୍ତମ୍ଭକୁ ଭାଙ୍ଗିଲେ ସୁରକ୍ଷାବାହିନୀ l ସୂଚନା ଅନୁଯାଇ ଆଜି ମାଲକାନଗିର ଜିଲ୍ଲା ସୀମାନ୍ତ ସୁକମା ଜିଲ୍ଲାର ସାଲାତୋଙ୍ଗ ଅଞ୍ଚଳରେ ଯବାନ ମାନେ ସୁରକ୍ଷା କ୍ୟାମ୍ପ କରିବା ପରେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହାପରେ ଯବାନମାନେ ମାଓବାଦୀଙ୍କ ଅଞ୍ଚଳରେ ଏକ ମାଓ ଶହୀଦ ସ୍ତମ୍ଭ ଥିବାର ସନ୍ଧାନ ପାଇଥିଲେ । ମାଓ ସ୍ତମ୍ବଟି ବଡ ଆକାରର ହୋଇଥିବାରୁ ଏକ ମେସିନ ସାହାଯ୍ୟରେ ଏହାକୁ ଯବାନ ମାନେ ଧ୍ଵଂସ କରିଥିଲେ । ସୁରକ୍ଷାବାହିନୀ ଯବାନମାନେ ଏହାର ସନ୍ଧାନ ପାଇ ମାଓ ସ୍ତମ୍ଭଟିକୁ ସମ୍ପୂର୍ଣ ରୂପେ ଭାଙ୍ଗିଦେଇଥିବା ବେଳେ ଅଞ୍ଚଳରେ ମାଓ ଭୟ କମିବ ବୋଲି ଆଶା କରାଯାଉଛି l

Leave A Reply

Your email address will not be published.